ଅଦୃଶ୍ୟ ଫଳକ ସାଙ୍ଗକୁ ନିମ୍ନମାନର କାର୍ଯ୍ୟ : ସିମେଣ୍ଟ-ବାଲି ଛିଞ୍ଚô ବିଲ୍ ଉଠାଇବାକୁ ପ୍ରୟାସ

 ବିଞ୍ଝାରପୁର : ସରକାରଙ୍କ ପାଣ୍ଠିରୁ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଛି କୋଟି କୋଟି ଟଙ୍କା । କିନ୍ତୁ ତାହା ବାସ୍ତବରେ ଉଚିତ୍ ଭାବେ ବିନିଯୋଗ ହେଉଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଞ୍ଝାରପୁର ଅଞ୍ଚଳରେ ହୋଇଥିବା ଏକ ରାସ୍ତା କାମ । ସୂଚନା ଅନୁଯାୟୀ ବିଞ୍ଝାରପୁର ବ୍ଲକ ଅଧିନସ୍ଥ ଘଣ୍ଟିଆଳି ପଞ୍ଚାୟତ ଅଧିନରେ ଏକ ରାସ୍ତା କାମ କରାଯାଇଛି । ରାସ୍ତାଟି ଅରେÿଇ-ଗୁହାଳି ମୁଖ୍ୟ ରାସ୍ତାରୁ ଅରେଇ ଗ୍ରାମର ସାମଲସାହି ଦେଇ ଅରେଇ ଛକକୁ ସଂଯୋଗ କରୁଛି । ଅରେଇ ଏବଂ ଘଣ୍ଟିଆଳି ପଞ୍ଚାୟତକୁ କୁଶଭଦ୍ରା ନଦୀ ଦୁଇଭାଗ କରୁଥିବା ବେଳେ ଏକ ପୋଲ ଦୁଇ ପଞ୍ଚାୟତକୁ ସଂଯୋଗ କରିଛି । ପୋଲର ଗୋଟିଏ ପାର୍ଶ୍ୱର ରାସ୍ତା ଘଣ୍ଟିଆଳି ପଞ୍ଚାୟତ ଅଧିନରେ ଆସୁଥିବା ବେଳେ ଅପରପାର୍ଶ୍ୱର ରାସ୍ତାଟି ଅରେଇ ପଞ୍ଚାୟତ ଅଧିନରେ ଆସୁଛି । ଏହି ୮-୧୦ ଦିନ ହେବ ବିନା ଫଳକରେ ଘଣ୍ଟିଆଳି ପଞ୍ଚାୟତ ଅଧିନରେ ଆସୁଥିବା ରାସ୍ତାଟିରେ ଢଳେଇ କାମ ହୋଇଥିବା ବେଳେ ରାସ୍ତାକାମ ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାଟି ମଧ୍ୟ ଫାଟିବା ଆରମ୍ଭ କଲାଣି । ତାହା ସହ ମଧ୍ୟ ରାସ୍ତାରୁ ବହୁ ମାତ୍ରାରେ ବାଲି ଉଠିଯାଉଛି । ରାସ୍ତାର ଏପରି କାମକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏନେଇ ଘଣ୍ଟିଆଳି ସରପଞ୍ଚ କାର୍ତିକ ଚନ୍ଦ୍ର ଧଳ ଏବଂ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିବା ପରେ ଗତ ଦୁଇଦିନ ତଳେ ନୂତନ ରାସ୍ତାକୁ ବଜୁରି ଦେଇ ମରାମତି କରି ବିଲ କରିଦେବାକୁ ଚେଷ୍ଟା କରା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳକ ନଥିବାରୁ ରାସ୍ତା କାମଟି କେତେ ଟଙ୍କାର ବୋଲି ସାଧାରଣ ଲୋକ ପ୍ରଶ୍ନ କରିବା ସହ ଏଭଳି କାମ ଦ୍ୱାରା ସରକାର ବଦନାମ ହେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଅତିନିମ୍ନମାନର କାମ କରି ସଲାସୁତୁରାରେ ବିଲ ପାସ କରିଦିଆଯାଇନାହିଁ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉକ୍ତ କାର୍ଯ୍ୟକୁ ନେଇ ବିଞ୍ଝାରପୁର ବ୍ଲକ ଓ ଘଣ୍ଟିଆଳି ପଞ୍ଚାୟତ କେତେ ସ୍ୱଚ୍ଛ ତାହା ଏବେ ପ୍ରଶ୍ନବାଚୀ ଛିଡା କରିଛି ।