ଅଧିକାଂଶ ମୃତକ ୨୦ବର୍ଷରୁ କମ୍
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳାଚକଟା ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଯୁବବର୍ଗର । ଏଥି ମଧ୍ୟରୁ ଅଧିକାଂଶ ଯୁବଗୋଷ୍ଠୀଙ୍କ ବୟସ ୨୦ ବର୍ଷରୁ କମ୍ ବୋଲି ଜଣାପଡ଼ିଛି । ଆଜି ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଦେଇଛନ୍ତି କର୍ଣ୍ଣାଟକ ସରକାର । ମୃତକଙ୍କ ମଧ୍ୟରେ ଅଛନ୍ତି ପୂର୍ଣ୍ଣଚନ୍ଦ୍ର (୨୬), ଦିବ୍ୟାଂଶୀ (୧୩), ପ୍ରଜ୍ୱାଲ (୨୦), ଚିନ୍ମୟୀ ସେଟ୍ଟୀ (୧୯), ଶିବାଲିଙ୍ଗ ସ୍ୱାମୀ, ଭୂମିକ (୨୦), ସାହାନା (୧୯), ଶ୍ରବଣ (୨୦), ଦେବୀ (୨୯), ମନୋଜ କୁମାର (୩୩) ଏବଂ ଅକ୍ଷତ (୨୭) । ଏମାନଙ୍କ ମଧ୍ୟରୁ କିଏ ଥିଲେ ଇଂଜିନିୟର୍ ତ ଆଉ କିଏ ଥିଲେ ଛାତ୍ରଛାତ୍ରୀ । ଆଉ କିଏ ଚାକିରି ଖୋଜିବାକୁ ଆସି ମୃତୁ୍ୟମୁଖରେ ପଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ଜନଗହଳି ଯୋଗୁଁ ଅଣନିଶ୍ୱାସୀ ହୋଇ ମରିଥିବା ଜଣାପଡ଼ିଛି । ସମସ୍ତେ ପ୍ରାୟ କର୍ଣ୍ଣାଟକ ଓ ପାଖପଡ଼ୋଶୀ ରାଜ୍ୟର ବୋଲି ସୂଚନା ମିଳିଛି ।