ଅଧିକ୍ଷକଙ୍କ ବିରୋଧରେ ଅଭିଯୋଗ ଘଟଣା : ଆଜି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ ୧୩ ଜଣ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀଙ୍କ ମିଳିତ ଅଭିଯୋଗର ତଦନ୍ତ ସୋମବାର ଅପରାହ୍ନରେ ହେବ ବୋଲି ଜଣାଯାଇଛି । ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ମେଡିକାଲର ଜିଲ୍ଲାସ୍ତରୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଦନ୍ତ ଆରମ୍ଭ କରିବ ବୋଲି କମିଟି ଅଧ୍ୟକ୍ଷା ଡା. କନକଲତା ସାହୁ ସୂଚନା ଦେଇଛନ୍ତି । ମାତ୍ର ଏହି ତଦନ୍ତର ସ୍ଥାନ, ତାରିଖ ଓ ସମୟ ସମ୍ପର୍କରେ ଅଭିଯୋଗକାରୀଙ୍କୁ ସରକାରୀ କିମ୍ବା ବେସରକାରୀ ଭାବେ ସୂଚନା ଦିଆଯାଇ ନାହିଁ ବୋଲି ଅଭିଯୋଗକାରୀମାନେ ପ୍ରକାଶ କରି ତଦନ୍ତର ସ୍ୱଚ୍ଛତା ପ୍ରତି ସନେ୍ଦହ ବ୍ୟକ୍ତ କରିଛନ୍ତି । ରବିବାର ଛୁଟି ଦିବସରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ସହାୟକ ପ୍ରଦୀପ୍ତ ପଣ୍ଡାଙ୍କ ସହ ତଦନ୍ତ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଅଭିଯୋଗକାରୀମାନେ ଯୋଗଯୋଗ କରିଥିଲେ ହେଁ ସେ କିଛି ଜାଣିନଥିବା ପ୍ରକାଶ କରିଥିଲେ ବୋଲି ଅଭିଯୋଗକାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅଧିକ୍ଷକଙ୍କ ଦ୍ୱାରା ମାନସିକ ନିର୍ଯ୍ୟାତନା, ବ୍ୟକ୍ତିଗତ ମର୍ଯ୍ୟାଦାହାନୀ ଟୀକା ଟିପ୍ପଣୀ ପ୍ରଦାନ, କାର୍ଯ୍ୟାଳୟରେ ମନ୍ଦ ଉଦେ୍ଦଶ୍ୟ ସୂଚକ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ, ଧାର୍ମିକ ଆକ୍ଷେପ, ଋତୁସ୍ରାବ ଛୁଟି ପ୍ରଦାନରେ ପରୀକ୍ଷା ସର୍ତ୍ତ ଆରୋପ, ଲିଙ୍ଗଗତ ଭେଦଭାବପୂର୍ଣ୍ଣ ପ୍ରଶ୍ନ ପଚାରିବା ଭଳି ଗୁରୁତର ଅଭିଯୋଗ ଆଣି ଗତ ଜୁଲାଇ ୮ ତାରିଖରେ ପ୍ରଥମେ ଜିଲ୍ଲାମୁଖ୍ୟଚିକିସôାଧିକାରୀଙ୍କୁ ମେଲ ଯୋଗେ ଜଣାଇଥିଲେ ଅଭିଯୋଗକାରୀ । ପୁନଶ୍ଚ ଜୁଲାଇ ୧୫ ତାରିଖରେ ସି.ଡି.ଏମ.ଓ.ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତ ଜୁଲାଇ ୨୮ ତାରିଖରେ ମେଡିକାଲର ଜିଲ୍ଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଉପସ୍ଥିତ ହୋଇ ଅଭିଯୋଗ ପ୍ରଦାନ କରିଥିଲେ । ମାତ୍ର ମେଡିକାଲର ଜିଲ୍ଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଭିଯୋଗ ଗ୍ରହଣ କରିନଥିଲା ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି । ବାରମ୍ବାର ନିରାଶ ହେବା ପରେ ଅଭିଯୋଗକାରୀମାନେ ଗତ ଜୁଲାଇ ୨୮ ତାରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ପ୍ରଦାନ କରିଥିଲେ । ପୁନଶ୍ଚ ଅଭିଯୋଗକାରୀମାନେ ଗତ ୭ ତାରିଖରେ ସି.ଡି.ଏମ.ଓ.ଙ୍କୁ ସାକ୍ଷାତ କରି ଅଭିଯୋଗ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଠାରୁ ନିଦେ୍ର୍ଦଶ ପାଇବା ପରେ ସି.ଡି.ଏମ.ଓ. କୁନ୍ଥୁ କୁନ୍ଥୁ ହୋଇ ମେଡିକାଲ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ତଦନ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ଅଭିଯୋଗକାରୀଙ୍କୁ କାହିଁକି ଅନ୍ଧାରରେ ରଖାଯାଇଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।