ଅଧ୍ୟକ୍ଷା ଓ କନିଷ୍ଠ କିରାଣୀଙ୍କୁ ଅବସର ସମ୍ବର୍ଦ୍ଧନା
ରାଜକନିକା : ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ର ଅଧକ୍ଷା ପ୍ରଫେସର ସୁରେଖା ରାଉତ ଓ କନିଷ୍ଠ କିରାଣୀ ଅକ୍ଷୟ ପରିଡାଙ୍କୁ ଷ୍ଟାଫ ଆସୋସିଏସନ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ. ମିଥିଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଏହି କଲେଜ ପ୍ରାକ୍ତନ ଅଧ୍ୟକ୍ଷା ପ୍ରାଧ୍ୟାପିକା ଲିପିକା ପଟ୍ଟନାୟକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବାରିକ, ମାର୍ଶାଘାଇ କଲେଜ ର ପ୍ରାଧ୍ୟାପକ ପ୍ରଭାତ କୁମାର ଲେଙ୍କା ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଙ୍କ ମଧ୍ୟରେ ଷ୍ଟାଫ ଆସୋସିଏସନ ର ସମ୍ପାଦକ ଡ. ଅଜୟ କୁମାର କୁଣ୍ଡ, ଉପସଭାପତି ଲକ୍ଷ୍ମଣ କୁମାର ସାହୁ, ପ୍ରଶାସନିକ ଅଧିକାରୀ ଡ. ସଂଜୀବ କୁମାର ଦାଶ,ପ୍ରଯୁକ୍ତା ପ୍ରିୟଦର୍ଶିନୀ, ଦେବ ଦାସ ପ୍ରଧାନ, ବିଶ୍ୱ ରଞ୍ଜନ ଦାସ, ପ୍ରଶାନ୍ତ ଦାସ, କାଳନ୍ଦୀ ମଲ୍ଲିକ, ଜ୍ୟୋତି ରଞ୍ଜନ ରାଉତ ଗୋଲଖ ଚନ୍ଦ୍ର ଧଳ, ଜୟନ୍ତ ମଥାନ, ଶରତ ଓଝା, ବିଶ୍ୱ ଭୂଷଣ ପ୍ରଧାନଙ୍କ ସମେତ ଅନାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ପ୍ରଫେସର ରାଉତ ଓ ଶ୍ରୀଯୁକ୍ତ ପରିଡା ଙ୍କ ୩୪ ବର୍ଷ ରୁ ଉର୍ଦ୍ଧ କଲେଜ ପ୍ରତି ଥିବା ଉସôର୍ଗୀ କୃତ ସେବା ଓ କାର୍ଯ୍ୟ ଦକ୍ଷତା ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଭୟଙ୍କୁ ଆସୋସିଏସନ୍ ପକ୍ଷରୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।