ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର 

 ଯାଜପୁର ଟାଉନ : ନିଖିଳ ଓଡ଼ିଶା ୬୬୨ବର୍ଗ +୨ ଓ +୩ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଅନୁଯାୟୀ ୧୯୯୦ମସିହାରୁ ନିିଯୁକ୍ତି ପାଇଥିବା ଓଡ଼ିଶାର ସମସ୍ତ ମହା ବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ଦୀର୍ଘ ୧୮ବର୍ଷ ପରେ ଅର୍ଥାତ୍ ୨୦୦୮ମସିହାରେ ଅନୁଦାନଭୁକ୍ତ ହେଲେ । ଅନୁଦାନର ୪୦%ଦରମା ପାଇଲେ ଓ ୨୦୧୮ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଡ ଉଚ୍ଛେଦ କରିଥିଲେ । ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଏହି ଅଧ୍ୟାପକ ଓ କର୍ମଚାରୀ ପାଉଥିଲେ ସୁଦ୍ଧା ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ତେଣୁ ଯେଉଁ ଅଧ୍ୟାପକ ତଥା କର୍ମଚାରୀ ୧୯୯୦ମସିହାରୁ ଚାକିରି କରି ଆସୁଛନ୍ତି ସେମାନେ ଅବସର ଗ୍ରହଣ ସମୟରେ ଶୂନ୍ୟ ହସ୍ତରେ ଫେରୁଛନ୍ତି । ଯାହା ଫଳରେ ପରିବାର ଭରଣ ପୋଷଣ କରିବାରେ ସକ୍ଷମ ହୋଇପାରୁନାହାଁନ୍ତି । ତେଣୁ ସେମାନଙ୍କର ଦାବି ଅବିଳମ୍ବେ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।