ଅନ୍ତ୍ୟୋଦୟ ଗୃହ ବାଣ୍ଟିଲେ ସାଂସଦ
ତାଳଚେର : ତାଳଚେର ବ୍ଲକ କାର୍ଯ୍ୟାଳୟରେ ଅନ୍ତ୍ୟୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭ ଉଦଘାଟନ କରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର ବ୍ଲକ ପରିସରରେ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ୨୧୭ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସାଧାରଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀ ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ହୋଇଛି । ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡି, ହାତୀ ଉପଦ୍ରବ, ବାତ୍ୟା, ବନ୍ୟା କ୍ଷତିଗ୍ରସ୍ତଙ୍କୁ ଏହି ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରାଯାଉଛି ବୋଲି ସାଂସଦ କହିଥିଲେ ।