ଅଫିମ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ
କପ୍ତିପଦା : ଶିମିଳିପାଳ ଜଙ୍ଗଲ ଭିତରେ ଚାଲିଥିଲା ଅଫିମ ଚାଷ । ବ୍ୟାପକ ଏରିଆରେ ଅଫିମ ଚାଷ ହୋଇଥିବା ଖବର ପାଇ ଚଢ଼ାଉ କରି ଧରିଲା ଅବକାରୀ ବିଭାଗ, ପୋଲିସ ଓ ବନବିଭାଗ । କପ୍ତିପଦା ଥାନା ଅନ୍ତର୍ଗତ ପୋଡାଡିହା ହୁଡ଼ିସାହି ଅଞ୍ଚଳରେ ଶିମିଳିପାଳ ଜଙ୍ଗଲ ୱାଇଲଡ ଲାଇଫ ଏରିଆରେ ଅଫିମ ଚାଷ ହୋଇଥିବା ବିଶେଷସୂତ୍ରରୁ ଖବର ପାଇଲା ଅବକାରୀ ବିଭାଗ । ଅବକାରୀ ବିଭାଗ, କପ୍ତିପଦା ପୋଲିସ ଏବଂ କପ୍ତିପଦା ବନବିଭାଗ ମିଳିତ ଭାବେ ଆଜି ହୁଡ଼ିସାହି ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଜଙ୍ଗଲ ଭିତରେ ୫୦ ଡେସିମିଲ ଜାଗାରେ ଅଫିମ ଚାଷ ହୋଇଥିବା ଦେଖିବାକୁ ପାଇଥିଲା । ଯାହାକି ଉକ୍ତ ଚାଷକୁ ଜାଲ ଘେରି ସୁରକ୍ଷିତ ଭାବେ ରଖାଯାଇଥିଲା । ଶେଷରେ କପ୍ତିପଦା ଅତରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଅବକାରୀ ବିଭଗ, ବନବିଭାଗ ଓ ପୋଲିସ ଉକ୍ତ ଅଫିମ ଗଛକୁ ଓପାଡି ନଷ୍ଟ କରିବା ସହିତ ସମସ୍ତ ଚାଷ ହୋଇଥିବା ଗଛ ଗୁଡିକୁ ଜାଳି ଦିଆଯାଇଛି । ଏହା ସହିତ ଏହି ଚାଷ କରିଥିବା ବ୍ୟକ୍ତିଙ୍କୁ ଖୋଜିବା ସହିତ ତାଙ୍କୁ ଗିରଫ କରିବେ ବୋଲି କହିଛନ୍ତି ପୁଲିସ ଅଧିକାରୀ ଓ ଅବକାରୀ ଅଧିକାରୀ ।ଏହାର ଆନୁମାନିକ ୧୮,୯୦,୦୦୦ହେବ ବୋଲି ସୂଚନା ମିଳିଛି ।