ଅବଧି ପରେ ବି ସରୁନି ପାନୀୟଜଳ ପ୍ରକଳ୍ପ: ଏମଇଆଇଏଲ ଠିକା ସଂସ୍ଥାକୁ ଜରିମାନା

 ଆନନ୍ଦପୁରn: କେନ୍ଦୁଝର ଜିଲ୍ଲାରେ ପ୍ରତିଟି ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ବ୍ୟୟରେ ଡ଼ିଏମଏଫ୍ ଫଣ୍ଡରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଯେପରି ସରିବାରେ ନାଁ ଧରୁନାହିଁ ।୨୦୨୧ ମସିହାରେ ପ୍ରକଳ୍ପ ଅବଧି ସରିଥିଲେ ମଧ୍ୟ ଏବେ ସୁୁଦ୍ଧା କାର୍ଯ୍ୟ ଅଧପାନ୍ତରିଆ ଭାବେ ବିଭିନ୍ନ ସ୍ଥାନରେ ପଡି ରହିଛି । ସୂଚନା ଅନୁଯାୟୀ, ତତ୍କାଳୀନ ସରକାରଙ୍କ ଅଣ ଓଡ଼ିଆ ପ୍ରତି ଯୋଗୁଁ ସେତେବେଳେ  କୋଟି କୋଟି ଟଙ୍କାର ଏହିକାର୍ଯ୍ୟକୁ ଏମଇଆଇଏଲ କମ୍ପାନୀକୁ ଟେକି ଦେଇଥିଲେ । ମାତ୍ର ଏହି ଅଣ ଓଡ଼ିଆ ଠିକା ସଂସ୍ଥାର ମନାମାନୀ ଯୋଗୁଁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ସରିବାର ନାଁ ଧରୁ ନାହିଁ । ଆନନ୍ଦପୁର ବ୍ଲକ ପାଇଁ ୧୩୫.୬୨ କୋଟି, ଘସିପୁରା ବ୍ଲକ ପାଇଁ ୧୫୫.୨୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅଧପନ୍ତରିଆ କାର୍ଯ୍ୟ କରି ଏହି ଠିକା ସଂସ୍ଥା ୮୯ ପ୍ରତିଶତ ଅର୍ଥ ହାତେଇବାକୁ ସଫଳ ହୋଇଥିଲା । ଏପରିକି ଏହି ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଗାଁ ଗଣ୍ଡାର ରାସ୍ତା ଘାଟ ମଧ୍ୟ ପ୍ରଭାବିତ ହୋଇଥିଲା । ତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ସଂସ୍ଥାକୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ସଂସ୍ଥ୍ଥା ଏହାକୁ ଗରୁତ୍ୱ ପ୍ରଦାନ କରିନଥିଲା । ତେବେ ବର୍ତ୍ତମାନ ସରକାର ବଦଳି ଯାଇଛି । ସରକାରଙ୍କ କଠୋର ଆଭିମୁଖ୍ୟ ଆଗରେ ପ୍ରଶାସନ ବି ସଜାଗ ହୋଇ ଯାଇଛି । ଯଦ୍ୱାରାକି ବିଭାଗ ପକ୍ଷରୁ ଚୁକ୍ତିନାମା ମୂଲ୍ୟ ଉପରେ ଦୈନିକ ୦.୦୫ ପ୍ରତିଶତ ଜୋରିମାନା ପଇଠ କରିବାକୁ ଉକ୍ତ ଅଣ ଓଡ଼ିଆ ଠିକା ସଂସ୍ଥାକୁ ନୋଟିସ୍ ହୋଇଥିବା ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡା ସୂଚନା ପ୍ରଦାନ କରିଛନ୍ତି ।