ଅଭିଭାବକ ଓ ଶିକ୍ଷକଙ୍କ ବୈଠକ

ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ଶାଳବଣିର ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଗଣ ଉପସ୍ଥିତ ରହିଥିଲେ ।  ବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ  । ଜିଲ୍ଲାର ୨୬ଟି ବ୍ଲକରୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ଅଭିଭାବକମାନଙ୍କ ମଧ୍ୟରୁ ୧୫ ଜଣ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରୁ ୫ଜଣଙ୍କୁ ପିଟିସି ସଦସ୍ୟ/ସଦସ୍ୟ ।  ଭାବରେ ଚୟନ କରାଯାଇଛି । ଏହି ୧୫ ଜଣ ପିଟିସି ଅଭିଭାବକ ଓ ବିଦ୍ୟାଳୟର ୫ ଜଣ ଶିକ୍ଷକମାନେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମୋହନଦାସ ଗିରିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କର ସମସ୍ୟା ତଥା ବିଦ୍ୟାଳୟର  ଉନ୍ନତିମୂଳକ ତଥ୍ୟ ଉପରେ ପ୍ରତ୍ୟେକ ମାସ ଦ୍ୱିତୀୟ ରବିବାର ଆଲୋଚନା କରିବେ ବୋଲି ବୈଠକରେ ସ୍ଥିର କରାଗଲା । ଶେଷରେ ସତୀଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।