ଅଭିଯୋଗ କଲେ ଏତଲା ରଖୁନି ପୁଲିସ; ଏସପିଙ୍କ ଦ୍ୱାରସ୍ତ ହେଲେ ପରିବାର

 ପାଣିକୋଇଲି : ଏତଲା ରଖୁନି ପୁଲିସ । ଅର୍ଥ ହଡପ ଓ ମାଡ ମାରିବା ଘଟଣାରେ ଦଶରଥପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେବାତ ଦୂର କଥା ଏତଲା ରଖିବାକୁ ମନା କରିବାରୁ ପିଡିତ ପରିବାର ନ୍ୟାୟ ପାଇଁ ଏସପି ଦ୍ୱାରସ୍ଥ ହୋଇଛନ୍ତି । ଦଶରଥପୁର ଥାନା  ନାହାପଡା ଗ୍ରାମର  ପ୍ରଦୀପ କୁମାର ସେଠୀଙ୍କ ଝିଅ ଶୀମାଞ୍ଜଳୀ ଙ୍କ ଅଭିଯୋଗ ମୁତାବକ  ତାଙ୍କ ଗ୍ରାମର ପ୍ରଦୀପ ଦାଶ ଜୁଲାଇ ୧୮ତାରିଖଏକ ଜମି ରେଜେଷ୍ଟି୍ର କରାଇ ଦେବାକୁ ୩୦ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ହେଲେ ଜମି ଦେବା ପାଇଁ ଆଜି କାଲି କହି ସମୟ ଗଡାଇ ଚାଲିଲେ । ଏନେଇ ଟଙ୍କା ଫେରସ୍ତ ପାଇଁ ତାଙ୍କ ଘରେ ପହଞ୍ଚିବାରୁ ଟଙ୍କା ଫେରାଇବା ବଦଳରେ ପ୍ରଦୀପ ଓ ତାଙ୍କ ବଡଭାଇ ପ୍ରଶାନ୍ତଓ ଭଉଣୀ ମାମୀନା ଏକ ଲୁହା ଓ ପ୍ଲାଷ୍ଟିକ ପାଇପ ଯୋଗେ ବାଡେଇ ରକ୍ତାକ୍ତ କରିଦେଲେ । ଏଠାରୁ ନଗଲେ କଟୁରୀରେ ହାଣି ଜୀବନରୁ ମାରି ନଦୀରେ ଭସାକଇ ଦେବାକୁ ଧମକ ଦେଲେ । ଅଶ୍ଲୀଳ ଗାଳି ଗୁଲଜ  କରି ଧମକ ଦେଇଥିଲେ । ଏନେଇ ଦଶରଥପୁର ଥାନାରେ ଅଭିଯୋଗ କରିବାକୁ ଯିବାରୁ ଥାନାଧିକାରୀ ଏତଲା ଗ୍ରହଣ କରିନଥିଲେ । ଏନେଇ ଜୁଲାଇ ୨୨ତାରିଖ ଜିଲ୍ଲା ମୁଖ୍ୟାଳୟକୁ ଆସିଥିବା ବେଳେ ଥାନାଧିକାରୀ ଏଠାରେ ସେମାନଙ୍କୁ ଦେଖି ସନ୍ଧ୍ୟାରେ ବୁଝିବେ ବୋଲି କହି ବୁଝାଇ ସୁଝାଇ ଫେରାଇ ନେବାରେ ସକ୍ଷମ ହୋଇଥିଲେ । ହେଲେ ଥାନାକୁ ଯିବାରୁ ପ୍ରଦୀପ ଆସୁନାହିଁ ବୋଲି କହିଥିଲେ । ଏହା ମଧ୍ୟରେ ପ୍ରଦୀପ ଓ ତା ଗୁଣ୍ଡା ୫ଥର ଆସି ଧମକ ଦେଇ ମାମଲା ନଉଠାଇଲେ ଏଠାରେ ରଖାଇ ଦେବୁ ନାହିଁ ବୋଲି ଧମକ ଦେଉଛନ୍ତି । ଏନେÿଇ ଏସଡିପିଓଙ୍କୁ ମଧ୍ୟ ଜଣାଇବାକୁ ଯାଇ ତାଙ୍କ ଦେଖା ପାଇନଥିଲେ । ସେଠାରେ ଥିବା ଜଣେ ମାଡାମ କହିଲେ ତୁମ ନାମରେ କେଶ ହୋଇସାରିଛି ।ନିରାଶ ହୋଇ ଏସପିଙ୍କୁ ଭେଟିବା ପରେ ଦଶରଥପୁର ଥାନାଧିକାରୀଙ୍କୁ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।