ଅଭିଯୋଗ ଶୁଣାଣି ଶିବିର
ବେତନଟୀ :ବେତନଟୀ ବ୍ଲକ ନଣ୍ଡାଶୋଳ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଡିଓ ଗଗୋନ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଗୋବିନ୍ଦ ହାଁସଦା ପୌରୋହିତ୍ୟ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟାଶ୍ରୀ ଭୋଇ, ଜିପିଓ ସବ୍ୟସାଚୀ ଦାସ, ନଣ୍ଡାଶୋଳ ପିଓ ପ୍ରଦୀପ୍ତା ମାରାଣ୍ଡିଙ୍କ ସହ ପଞ୍ଚାୟତିରାଜ, ରାଜସ୍ୱ, ମିଶନଶକ୍ତି, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଶିଶୁ ଓ ମହିଳା ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା, ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ୯୪ ରୁ ଊର୍ଦ୍ଧ୍ୱ ଜନତା ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ । ଏହାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଏବିଡ଼ିଓ ନିଦେ୍ର୍ଦଶ ଦେଇଥିଲେ ।