ଅଲ ଓଡ଼ିଶା ପେଣ୍ଟିଂ ଆସୋସିଏସନ ପକ୍ଷରୁ ପୌରପାଳିକାଙ୍କୁ ଦାବୀପତ୍ର
ଜଗତସିଂହପୁର: ଅଲଓଡ଼ିଶା ପେଣ୍ଟିଂ ଆର୍ଟସ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ୧୦ ଦଫା ଦାବିପତ୍ର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ସ୍ୱତନ୍ତ୍ର ରଙ୍ଗ ତୂଳି କଳାକାର ବୋର୍ଡ ଗଠନ, ବୋର୍ଡ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା, ଠିକାଦାର ପ୍ରଥା ସମ୍ପୂର୍ଣ ବାତିଲ, ଜିଲ୍ଲା ସଂଘର ପରିଚୟ ପତ୍ର ପାଇଥିବା ସମସ୍ତ କଳାକାରଙ୍କୁ ସରକାରୀ ପେଣ୍ଟିଂ କାର୍ଯ୍ୟରେ ଅଗ୍ରାଧିକାର ଦେବା, ରଙ୍ଗ ତୂଳି କଳାକାରଙ୍କୁ ବିଶ୍ୱକର୍ମା ଯୋଜନାରେ ସାମିଲ କରିବା, ସରକାରୀ ସ୍ତରରେ ସମସ୍ତ ରଙ୍ଗ କାର୍ଯ୍ୟ ପ୍ରଦାନ, ଦୁର୍ଘଟଣା ଜନିତ ମୃତୁ୍ୟ ପାଇଁ ୨ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତୁ୍ୟ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା, ୬୦ ବର୍ଷରୁ ଉର୍ଦ୍ଧ କଳାକାରଙ୍କୁ ପେନସନ ପ୍ରଦାନ କରିବା ସହିତ ୧୦ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାସଭାପତି ଲୋକନାଥ ଦାସ, ଉପସଭାପତି ଓ ରାଜ୍ୟ ସମ୍ପାଦକ ପ୍ରଭାତ ନଳିନୀ କାଣ୍ଡି, ସମ୍ପାଦକ ଜ୍ୟୋତିରଞ୍ଜନ ରାୟ, ସହ ସମ୍ପାଦକ ମନୋଜ ସାହୁ, କୋଷାଧକ୍ଷ ଲାଲା ମନୋଜ ରାୟ, ଲଳିତ କୁମାର ଭୋଇ, କାହ୍ନୁ ଦାସ, ଶରତ ଦାସ, ଜଗତସିଂହପୁର ବ୍ଲକ ସଭାପତି ସୁଶାନ୍ତ କୁମାର ମନ୍ଥନ, ଆଲୋକ ଦାସ, ଗୁଣନିଧି, ସୁଧାଂଶୁଙ୍କ ସମେତ ଅନ୍ୟ କଳାକାରମାନେ ସାମିଲ ହୋଇ ରୋଜଗାର ଅଭାବରୁ ଦୁର୍ଦ୍ଦିନରେ ଜୀବନ କାଳାତିପାତ କରୁଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
