ଅଷ୍ଟମଙ୍ଗୁଳି ପୂର୍ବରୁ ନବବଧୂ ନିଖୋଜ

 ଆନନ୍ଦପୁର/ଦାନଗଦୀ : ଜନୈକା ନବବଧୂ ଶୈାଚ ହେବାକୁ ଯାଇ ନିଖୋଜ ହେବା ଘଟଣା ରାମଚନ୍ଦ୍ରପୁର ଓ ଯଖପୁରା ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇପଡ଼ିଛି । ନିଖୋଜ ନବବଧୂ ସପ୍ତାହକ ତଳେ ବିବାହ କରିଥିବା ବେଳେ ଥାନାରେ ଦୁଇଟି ଅଭିଯୋଗ ହୋଇଛି । ସୂଚନାମତେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡା ପଞ୍ଚାୟତ ଗାଡିଆଡ଼ିହ ଗ୍ରାମର କୁଞ୍ଜ ଦେହୁରୀଙ୍କ ପୁଅ ଦିଲ୍ଲୀପ ଘସିପୁରା ଥାନା ଅନ୍ତର୍ଗତ କାନ୍ତୋ ଗ୍ରାମର ଯୁଧିଷ୍ଠିର ଦେହୁରୀଙ୍କ ଝିଅ ଲକିଙ୍କୁ ଚଳିତ ମାସ ୧୩ ତାରିଖ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ଚତୁର୍ଥୀ କର୍ମପରେ ନବ ବଧୂ ଲକିର ମାସିକ ଧର୍ମ ହେବାରୁ ଲୁଚିବାକୁ ଯଖପୁରା ଥାନା ଅନ୍ତର୍ଗତ ବରମାଳ ଗ୍ରାମରେ ଥିବା ଦିଲ୍ଲୀପଙ୍କ ଭଉଣୀ ଘରକୁ ଯାଇଥିଲା । ବୁଧବାର ସନ୍ଧ୍ୟାରେ ନବବଧୂ ଲକି ଶୌଚ ହେବାପାଇଁ ବାଡ଼ିପଟେ ଥିବା ଶୌଚାଳୟକୁ ଦିଲ୍ଲୀପଙ୍କ ଭଉଣୀ ସହିତ ଯାଇଥିଲା । ଦିଲ୍ଲୀପଙ୍କ ଭଉଣୀ ପାଣି ଆଣିବାକୁ ଯାଇ ଆସିବା ବେଳକୁ ନବବଧୂ ଲକି ନଥିଲା । ବହୁ ଖୋଜା ଖୋଜି ପରେ ନବ ବଧୂର କୌଣସି ପତା ନମିଳିବାରୁ ଭଉଣୀ ଦିଲ୍ଲୀପଙ୍କୁ ଜଣାଇଥିଲେ । ଏହାପରେ ଦିଲ୍ଲୀପ ନବବଧୂର ବାପା ଘରକୁ ଫୋନ କରି ଲକି ସମ୍ବନ୍ଧରେ ପଚାରିଥିଲେ । ସେଠାରୁ କୌଣସି ସନ୍ତୋଷ ଜନକ ଉତର ମିଳିନଥିବା ବେଳେ ତାଙ୍କ ଝିଅକୁ ଶଶୁର ଘର ଲୋକେ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ନିଜେ ସ୍ୱାମୀ ଦିଲ୍ଲୀପ । ଏନେଇ ଦିଲ୍ଲୀପ ଯଖପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ସଠିକ ତଦନ୍ତ ହେଲେ ପ୍ରକୃତରେ ନବବଧୂକୁ ଶଶୁର ଘରଲୋକେ ମାରିଦେଇଛନ୍ତି ନାଁ ନବ ବଧୂର ଆଉ କାହା ସହିତ ପ୍ରେମ ସମ୍ପର୍କ କାରଣରୁ ଫେରାର ହୋଇଯାଇଛି ତାର ପ୍ରକୃତ କାରଣ ଜଣାପଡ଼ିଯିବ ।