ଆଇଆଇଟି ପରିସରରେ ମେଗା ରକ୍ତଦାନ ଶିବିର
ଜଟଣୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏନଜିଓ ସହାୟ ଏବଂ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇଆଇଟି ପରିସରରେ ଥିବା ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଏହି ଶିବିରରେ ୧୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଅବସରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାମଦେବ ଆଚାର୍ଯ୍ୟ ରେଜିଷ୍ଟ୍ରାର, ଡକ୍ଟର ସୁରେଶ ଆର ଦାଶ, ପ୍ରଫେସର-ଇନ-ଚାର୍ଜ (ସ୍ୱାସ୍ଥ୍ୟସେବା) ଏବଂ ଆଇଆଇଟି ଭୁବନେଶ୍ୱରର ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ସଦସ୍ୟ ଡକ୍ଟର ଦେବାଶିଷ ମିଶ୍ର, ବ୍ଲଡ ବ୍ୟାଙ୍କ ଅଧିକାରୀ ଏବଂ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ସଦସ୍ୟ କୈଳାସ ଷଡ଼ଙ୍ଗୀ ଏବଂ ଏନଜିଓ ସହାୟର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।