ଆଇଲର୍ଣ୍ଣକୁ ଶ୍ରେଷ୍ଠ ଅନୁଷ୍ଠାନ ସମ୍ମାନ


 ତାଳଚେର : ତାଳଚେରର ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନ ରାଜ୍ୟର ବଛା ବଛା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ଉଦ୍ୟମ ଜାରି ରଖି ସଫଳତା ହାସଲ କରିପାରିଛି । ଏହି ଶିକ୍ଷାନୁଷ୍ଠାନ ଲଗାତାର ୧୪ବର୍ଷ ଧରି ପାସ୍ହାର ଶତପ୍ରତିଶତ ହେବା ସହ ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ରଖି ସମସ୍ତଙ୍କୁ ଚକିତ କରିବା ସହିତ ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନେଇ ଫୋକସ୍ ଓଡ଼ିଶା ପକ୍ଷରୁ ସର୍ଭେ କରାଯାଇଥିଲା । ଏଥିରେ ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନର ସଫଳତାକୁ ବିଶେଷ ଭାବରେ ପ୍ରତିଫଳିତ ହୋଇଛି ବୋଲି ଅନୁଭବ କରି ଫୋକସ୍ ଓଡ଼ିଶା ପକ୍ଷରୁ ଏହି ଅନୁଷ୍ଠାନକୁ ରାଜ୍ୟର ବେଷ୍ଟ ଅନୁଷ୍ଠାନ ବୋଲି ବିବେଚନା କରାଯାଇ ‘ଆମ ଗାଁ ରଜ’ର ସ୍ୱତନ୍ତ୍ର ଉତ୍ସବରେ ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନର ଏମଡି ଚିତରଞ୍ଜନ ପାଣିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।  ତାଳଚେରର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ସଫଳତା ଓ ରାଜ୍ୟସ୍ତରରେ ମାନ୍ୟତା ପାଇବା ପରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ପରିଲକ୍ଷିତ ହୋଇଛି ।