ଆଇସିସି ଦିନିକିଆ ର୍ୟାଙ୍କିଂ : ତାଲିକାରେ ନାହାନ୍ତି ବିରାଟ ଓ ରୋହିତ
ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର୍ୟାଙ୍କିଂ ବ୍ୟାଟର ତାଲିରେ ନାହିଁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ନାମ । ଯାହା ସମସ୍ତଙ୍କ ଚକିତ କରିଦେଇଛି । ତେବେ ବୈଷୟିକ ତ୍ରୁଟି ପାଇଁ ଏଭିତି ହୋଇଥାଏ ପାରେ ବୋଲି କିଛି ଭାବୁଥିବା ବେଳେ ଉଭୟଙ୍କ ଅବସର ଚର୍ଚ୍ଚା ନେଇ ଆଇସିସି ଉଭୟଙ୍କ ନାମ କାଟି ଦେଇଥାଏ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ଆଇସିସି ପକ୍ଷରୁ ଏଭଳି ଭୁଲ ହୋଇଛି । ତେବେ ଅଗଷ୍ଟ ୧୩ ତାରିଖରେ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ରୋହିତ ଦ୍ୱିତୀୟ ଏବଂ କୋହଲି ଚତୁର୍ଥ ସ୍ଥାନରେ ଥିଲେ । ସଦ୍ୟତମ ରାଙ୍କିଙ୍ଗରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାମ ଗାଏବ ହୋଇଯାଇଛି । ତାଲିକାରେ ବ୍ୟାଟରଙ୍କ ମଧ୍ୟରେ ଭାରତର ଶୁବମାନ ଗିଲ୍ ଶୀର୍ଷରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଗିଲଙ୍କ ବ୍ୟତୀତ ଶ୍ରେୟସ ଆୟର ରାଙ୍କିଙ୍ଗର ଶୀର୍ଷ ୧୦ରେ ଅଛନ୍ତି ।