ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

  ଭଣ୍ଡାରିପୋଖରୀ: ବାରିକପୁର ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରିତାଞ୍ଜଳୀ ପାରମାଣିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆ ଉଦଘାଟନ କରିଥିଲେ । ୮ ଦିନ ବ୍ୟାପି ଏହି ଶିବିରରେ ଅଂଶଗ୍ରହଣ କରିଥିବା ୧୮୦ ଜଣ ବାଳିକାଙ୍କୁ ପ୍ରଶିକ୍ଷିକା ବବିତାରାଣୀ ବେହେରା ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉସôବରେ ସଂଯୋଜିକା ଶୁଶ୍ରୀ ପାରିମାଣିକ, କ୍ରୀଡା ଶିକ୍ଷକ ବିଶ୍ୱରଞ୍ଜନ ମହାପାତ୍ର ଓ ଡେମୋନୋଷ୍ଟ୍ରେଟର ବିଜୟ କୁମାର ମଲ୍ଲିକ ଅତିଥି ଭାବେ ଯୋଗଦେଇ କୌଶଳପୂର୍ଣ୍ଣ ଆତ୍ମରକ୍ଷା ନିଜ ସୁରକ୍ଷା କବଚ ବୋଲି ମତପ୍ରକାଶ କରି ଶିକ୍ଷା ଦିଆଯାଇଥିବା କୌଶଳ ବାଳିକାମାନଙ୍କ ଅବପଦବିପଦରେ ବେଶ ଉପଯୋଗୀ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟ ସହାୟକ ହିମାଂଶୁ ଶେଖର ସାମଲ, ମମତା ନାୟକ, ଅଭିମନୁ୍ୟ ଘଡେଇ, ତପନ କୁମାର ଦାସ ଶିବିର ପରିଚାଳନା କରିଥିଲେ ।