ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଚମ୍ପୁଆ: ସାମ୍ପ୍ରତିକ ସାମାଜିକ ପରିସ୍ଥିରେ ବଢୁଥିବା ମହିଳା ନିର୍ଯାତନାକୁ ପ୍ରଶମିତ କରିବା ଲକ୍ଷ୍ୟନେଇ ସ୍ଥାନିୟ ମହିଳା +୨ ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । କାର୍ଯ୍ୟକ୍ରମ ଗତ ୬ତାରିଖରୁ ଆରମ୍ଭ ହୋଇଥିବା ବେଳେ, ଏହାର ଉଦ୍ୟାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ ଏହି ଉଦ୍ୟାପନି ଉତ୍ସବରେ ଯୋଗଦେଇ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଏହା ଏକ ଅଙ୍ଗ । ଏହି ଶିକ୍ଷା ମାଧ୍ୟମରେ ଜଣେ ଛାତ୍ରୀ ନିଜେ ନିଜର ସୁରକ୍ଷା କରିପାରିବ ବୋଲି ମତ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଅନିତା ଜେନାଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ପୁଷ୍ଫାମଞ୍ଜରୀ ତ୍ରୀପାଠି, ଦିପକ କର, ଗିତାଞ୍ଜଳି ପ୍ରଧାନ ପ୍ରମୁଖ ସହାୟତା କରିଥିଲେ । ମାଷ୍ଟର ଟ୍ରେନର ସାଗରିକା ବେହେରା ଓ ତୁଳସୀ ମୁଣ୍ଢା ପ୍ରଶିକ୍ଷଣ ଦେଇଥିଲେ ।