ଆତ୍ମ ବିଶ୍ୱାସ ରହିଲେ ଆଗକୁ ଯାଇପାରିବେ ନାରୀ; ଆକାଶ

 ବ୍ୟାସନଗର : ନାରୀମାନଙ୍କ ଅଗ୍ରଗତି ବିନା ସମାଜ ଆଗକୁ ଯାଇପାରିବନି । ନାରୀମାନଙ୍କ ଅଗ୍ରଗତି ଦିନରେ ସରକାରୀ ସ୍ତରରେ କାର୍ଯ୍ୟ ହାତକୁ ନିଆଯାଇ ବିଭିନ୍ନ ପ୍ରକାରର ଯୋଜନା କରାଯାଉଛି । ଯୋଜନାର ସୁଫଳ କିଭଳି ନାରୀ ପାଇପାରିବେ, ସେବାଟ ଦେଖାଇବା ଆମ ସମସ୍ତଙ୍କର ହେବା ଦରକାର । ଏହାସହ ଆତ୍ମ ବିଶ୍ୱାସୀ ହୋଇପାରିଲେ ପ୍ରତ୍ୟେକ ନାରୀ ଆଗକୁ ଯାଇପାରିବ । ରବିବାର ହୋଟେଲ ରୟାଲ କଳିଙ୍ଗ ଠାରେ ବ୍ୟାସନଗରରୁ ପ୍ରକାଶ ପାଉଥିବା ସମ୍ବାଦପତ୍ର ‘କଳିଙ୍ଗନଗର ବୁଲେଟିନ’ପକ୍ଷରୁ ଆୟୋଜିତ ‘ସାଧାରଣ ମହିଳାଙ୍କ ସାମର୍ଥ୍ୟରେ ‘ସୁଭଦ୍ରା ଶକ୍ତି’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । କଳିଙ୍ଗନଗର ବୁଲେଟିନ ସଂପାଦକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରର ମୁଖ୍ୟ ଅତିଥି କୋରେଇ ବିଧାୟକ ଆକାଶ ଦାସନାୟକ କହିଥିଲେ ବର୍ଷବର୍ଷ ଧରି ନାରୀ ନିର୍ଯ୍ୟାତିିକ ଏବଂ ଅତ୍ୟାଚାରିତ ହେଇ ଆସୁଥିଲେ । ସମୟ ବଦଳିଯାଇଛି । ନାରୀ ଆଜି ପୁରୁଷ ସମକକ୍ଷ ହୋଇପାରୁଛି । ଆଗକୁ ବଢିବାକୁ ହେଲେ ମନରେ ଆକାଂକ୍ଷା ଆସିବା ଦରକାର ଏବଂ ଆତ୍ମ ବିଶ୍ୱାସୀ ହେବା ଦରକାର । ସୁଭଦ୍ରା ଯୋଜନା କାହାକୁ କେମିତି ଲାଗିପାରେ । କିନ୍ତୁ ମୁଁ କହିବି ପ୍ରତ୍ୟେକ ଘଟଣାର ବିଭିନ୍ନ ଦୃଷ୍ଟି କୋଣ ରହିବା ପରି ସୁଭଦ୍ରା ଗ୍ରାମାଞ୍ଚଳ ମହିଳାଙ୍କୁ ଆଗକୁ ବଢିବାରେ ପ୍ରୋସôାହିତ କରିଛି । ସମ୍ମାନିତ ଅତିଥି ଭାବେ ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟ କେନ୍ଦ୍ରାପଡ଼ାର ଓଡ଼ିଆ ଅଧ୍ୟାପିକା ସ୍ନିଗ୍ଧା ନାୟକ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁୁଖପାତ୍ର ଡ଼.ମନୀଷା ଦାସପଟ୍ଟନାୟକ ଯୋଗ ଦେଇ କହିଥିଲେ କି ୩୦ବର୍ଷ ତଳେ ମହିଳା ମାନେ ପଇସାଟିଏ ପାଉନଥିଲେ । କିନ୍ତୁ ଏବେ ମହିଳାଙ୍କ ହାତରେ ପଇସା । ସରକାର ମହିଳାଙ୍କ ହାତକୁ ପଇସା ଦେଉଛନ୍ତି,ସେମାନଙ୍କୁ ସ୍ୱାବଲମ୍ବି ହେବାକୁ । କିନ୍ତୁ ପ୍ରଣୀତ ଯୋଜନା ମହିଳାଙ୍କୁ ଖୁସି କରିପାରୁଥାଇପାରେ କିନ୍ତୁ ଯୋଜନା ଫଳବ୍ରତି ପାଇଁ ଯେଉଁ ସମସ୍ୟା ରହୁଛି,ତାର ସମୀକ୍ଷା କରି ସମାଧାନ କରିବାର ଆବଶ୍ୟକତା ରହିଛି । ତାହା ହେଲେ ଯାଇ ସୁଭଦ୍ରା ମହିଳାଙ୍କୁ ଶସକ୍ତ କରିବ ଏବଂ ସେମାନଙ୍କ ସାମର୍ଥ୍ୟ ବଢାଇବ ବୋଲି ମତ ପୋଷଣ କରିଥିଲେ । ସହଯୋଗୀ ସଂପାଦକ ଶରତ ପଥାଳ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ସହସଂପାଦକ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜସେବୀକା ଅମୁଲି ପହୀ, ପ୍ରାକ୍ତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ା, ସବିତା ରାଉତ, ମଣିଶ୍ରୀଗୁ୍ରପ୍ର ସିଇଓ ରଂଜିତା ସ୍ୱାଇଁ ଏବଂ ଶ୍ରେଷ୍ଠ ଦମ୍ପତି ମନୋଜ କୁମାର ନାୟକ/ବିଦୁଲତା ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।