ଆଦିବାସୀ ମହିଳାଙ୍କୁ ରୋଷେଇ ଚୁଲା ବଣ୍ଟନ

କଳିଙ୍ଗନଗର : ଦାନଗଦୀ ଓ ସୁକିନ୍ଦା ବ୍ଲକର ଆଦିବାସୀ ପରିବାରର ୧୦୦ ଜଣ ମହିଳାଙ୍କୁ ଉନ୍ନତ ରୋଷେଇ ଚୁଲା ପ୍ରଦାନ କରାଯାଇଛି । ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଟିଏମ୍ ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଲିମିଟେଡ ମିଳିତ ଉଦ୍ୟମରେ ଏହା ପ୍ରଦାନ କରାଯାଇଛି ।  ଦ୍ୱିତୀୟ ପର୍ଯ୍ୟାୟରେ ଆଗାମୀ ସପ୍ତାହରେ ଆଉ ୫୫୦ ଜଣ ମହିଳାଙ୍କୁ ରୋଷେଇ ଚୁଲା ଦିଆଯିବ । ଯାହା ପ୍ରକଳ୍ପର ବ୍ୟାପକତା ଏବଂ ପ୍ରଭାବକୁ ବଢ଼ାଇବ । ଇନ୍ଧନ ବ୍ୟବହାର ଏବଂ ଧୂଆଁ ନିର୍ଗମନ ହ୍ରାସ କରିବା, ଘର ଭିତରେ ବାୟୁ ପ୍ରଦୂଷଣକୁ ହ୍ରାସ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା, କାଠ ସଂଗ୍ରହ ପାଇଁ ଆବଶ୍ୟକ ସମୟ ହ୍ରାସ କରିବ, ଜଙ୍ଗଲ ନଷ୍ଟ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରି ପରିବେଶର ଦୀର୍ଘସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ । କଳିଙ୍ଗନଗର ନିକଟସ୍ଥ ୨୪ଟି ପଞ୍ଚାୟତର ଆଦିବାସୀ ପରିବାର, ଯେଉଁମାନେ ମୁଖ୍ୟତଃ ରୋଷେଇ ପାଇଁ ଜାଳେଣି କାଠ ଓ ବାୟୋମାସ୍ ବ୍ୟବହାର କରନ୍ତି, ସେମାନଙ୍କୁ ଉନ୍ନତ ରୋଷେଇ ଚୁଲା ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।  
ଟିଏମ୍ଆଇଏଲର ମୁଖ୍ୟ ଆଇଡବ୍ଲୁଏମ୍ଏଲ୍, ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଅତନୁ ବସୁଙ୍କ କହିବା ମୁତାବକ, ସାମାଜିକ ଦାୟିତ୍ୱ ପ୍ରତି ଟାଟା ଗ୍ରୁପ୍ର ପ୍ରତିବଦ୍ଧତା ସହିତ ସଂଯୁକ୍ତ ଏହି ପ୍ରକଳ୍ପ ଦକ୍ଷ ରୋଷେଇ ଚୁଲା ମାଧ୍ୟମରେ ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ଏବଂ ପରିବେଶ ସମସ୍ୟାର ମୁକାବିଲା କରାଯାଇ ପାରିବ । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗ ପାଇଁ ଆମେ କୃତଜ୍ଞ । କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନର କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି ଯେ, କଳିଙ୍ଗନଗର ଇକୋସିଷ୍ଟମରେ ଆମର ପ୍ରୟାସ ହେଉଛି ସ୍ଥାନୀୟ ଜନସାଧାରଣ ଆଦିବାସୀ ଲୋକମାନଙ୍କ ପାଇଁ ସମାନତା ଆଣିବ ।