ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ
ଭବାନୀପାଟଣା :: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏବଂ ଅବୈଧ ଚୋରା·ଲାଣ ନିରୋଧ ଦିବସ -୨୦୨୪ ଉପଳକ୍ଷେ ଏକ କର୍ମଶାଳା ସ୍ଥାନୀୟ ଟାଉନହଲ୍ ଠାରେ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ତଥା ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ତଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଉତ୍ସବର ପ୍ରାରମ୍ଭରେ ବିଭିନ୍ନ ବିଭାଗର କର୍ମକର୍ତ୍ତା, ପ୍ରଜାପିତା ବ୍ରହ୍ମ କୁମାରୀର ସଭ୍ୟା ତଥା ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ପି ଅନ୍ୱେଷା ରେ‡ି ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଅ ।ରମ୍ଭ କରି ଟାଉନ୍ ହଲ ଠାରେ ପହଞ୍ଚô ଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ପଲ୍ଲୀଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା,ସହକାରୀ ଜିଲ୍ଲାପାଳ ଅମର ପରାସେଠ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ , ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନା ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ବିଦ୍ୟାଳୟ ର ସଂ·ଲିକା ଶଶୀ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେୟ ସଚେତନତା ଦ୍ୱାରା ହିଁ ନିଶା ଦ୍ରବ୍ୟ ବ୍ୟବହାର ଏଂ ଅବୈଧ ଚୋରା·ଲାଣ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମର ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ହାଇସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ , ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନିଶା ଦ୍ରବ୍ୟ ସେବନ ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଥିବା ୪ ଜଣ ଅ ।ଶିଷ ମହାନ୍ତି,ପ୍ରଶାନ୍ତ ସେଠି, ଲହଦର ବିଭାର, ସୈରେନ୍ଦ୍ର ମାଝୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । କୁନି କୁନି କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା ।
ରାୟଗଡ: ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ନିଜର ବକ୍ତବ୍ୟରେ କହିଥିଲେ ଯେ ନିଶାଭ୍ୟାସ ଏକ ମାରାତ୍ମକ ରୋଗ, ଦୀର୍ଘ ଦିନ ଧରି ଏହାକୁ ସେବନ କରି ଶାରୀରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ନିଶାଗ୍ରସ୍ତ ରୋଗୀ ବିଭିନ୍ନ ପ୍ରକାର ନିଶା ସେବନ କରି ପରବର୍ତ୍ତୀ ସମୟରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ଏବଂ ବହୁତ ଅସୁବିଧାରେ ପଡନ୍ତି । ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଠ ହେଇଯାଉଛନ୍ତି । ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡିପାରୁନାହାନ୍ତି । ତେଣୁ ନିଜେ ନିଶା ଠାରୁ ଦୁରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଦୁରେଇ ରଖିବା ଓ ସମାଜକୁ ଦିଗଦର୍ଶନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ହୋଇଛି ପଡିଛି ବୋଲି ରାୟଗଡା ଜିଲ୍ଲା ପ୍ରଶାସନ ସୌଜନ୍ୟତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ପୋଲିସ ବିଭାଗ ତରଫରୁ ଅନୁଷ୍ଠିତ ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ କାର୍ଯ୍ୟକ୍ରମରେ ନିଜ ବକ୍ତ୍ୟବ ରଖିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମହାଜନ । ରାୟଗଡା ଅତିରିକ୍ତ ଅ ।ରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ବୈଠକରେ ନିଷିଦ୍ଧ ଓ ନିଶ୍ଚେତକ ନିଶା ଦ୍ରବ୍ୟ ସେବନ ପରିତ୍ୟାଗ କରିବା, ନିୟମିତ ନିଶାପାନ ଜନିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି ,ନିଶା ସେବନ କରୁଥିବା ବ୍ୟକ୍ତିର ସାମାଜିକ ଓ ପାରିବାରିକ ସ୍ଥିତି, ନିଶା ରୋଗର ଚିକିତ୍ସା ଓ ନିରାକରଣ ଏବଂ ଗଂଜେଇ ·ଷ ଓ ଚୋରା ·ଲାଣ ବିରୁଦ୍ଧରେ ଜନ ସଚେତନତା ସହ ଏନ୍ଡିପିଏସ୍ ଆକ୍ଟର ଧରା ୪୭ ଓ ୨୦ ସମ୍ବନ୍ଧରେ ବୈଠକରେ ଅ ।ଲୋକପାତ କରିଥିଲେ ସେହିପରି ଅନ୍ୟତମ ଅତିଥି ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ ,ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଲତା ସରାଫ ପ୍ରମୁଖ ଯୋଗଦେଇ ସଚେତନତା କରିଥିଲେ । ଏହି ଅବସରରେ ନିଶା ଠାରୁ ଦୁରେଇ ରହିବା ଓ ଅନ୍ୟଙ୍କୁ ମଧ୍ୟ ଦୁରେଇ ରଖିବାରେ ସଚେତନ କରିବା ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଦାୟିତ୍ୱବୋଧତା ନେବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ନିଶାମୁକ୍ତି ଚିକିତ୍ସା ଓ ପୁନଃସଂସ୍ଥାନ କେନ୍ଦ୍ର ସେବା ଠାରେ ମିଳୁଥିବା ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଗ୍ରହଣ ସମ୍ବନ୍ଧରେ ଅତିଥି ମାନେ ଗୁରୁତ୍ୱଆରୋପ କରିଥିଲେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସ୍ଥାନୀୟ କପିଳାସ ଛକ ଠାରୁ ଏକ ସଚେତନତା ରାଲି ବାହାରି ନଗର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଂଚି ଥିଲା । ଏଥିରେ ଶିକ୍ଷାବିତ୍ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର, ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସକ୍ଷମନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀକାନ୍ତ ପାଣିଗ୍ରାହୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ରଞ୍ଜିତା ବେହେରା ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରାଲିକୁ ଶୁଭାରମ୍ଭ କରିଥିଲେ ରାୟଗଡା ସ୍ଂୟ ଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡଟମାନେ ଓ ଅବକାରୀ କର୍ମ·ରୀ ଏହି ରାଲିରେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମ·ରୀ ମାନେ ପରି·ଳନା ରେ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅନୁଭାଗ ଜରିଆରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବେଆଇନ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମଞ୍ଚରେ ସମ୍ମାନିତ ଅତିଥିଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦର ସମ୍ପାଦିକା ମଞ୍ଜୁଲତା ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବ୍ରହ୍ମ କୁମାର, ଅକ୍ଷୟ ମହାପାତ୍ର ଯୋଗ ଦେଇଥିଲେ । ବିଭିନ୍ନ ନିଶା ଦ୍ରବ୍ୟ ସେବନର କୁପରିଣାମ ଓ ସମାଜ ପ୍ରତି ହେଉଥିବା ଧନଜୀବନ ହାନି ଓ ନିଶା ପାଇଁ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ନିଶାଦ୍ରବ୍ୟ ବର୍ଜନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ଏଥିପାଇଁ ସଚେତନତା ସୃଷ୍ଟି ନିମନ୍ତେ ସମସ୍ତଙ୍କୁ ଚେଷ୍ଟା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ସଚେତନତା ସଭାରେ ଜିଲ୍ଲା ସ୍କୁଲ, ଭଦ୍ରକ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଭଦ୍ରକର ଭାଇଭଉଣୀ, କିନ୍ନର ଗୋଷ୍ଠୀ ସୌମ୍ୟା ଦାସ ଓ ସାଥୀ, ହେଲେନ୍ କିଲର ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀ, ରାମନବମୀ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୁହାସର କର୍ମକର୍ତ୍ତା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା, ବ୍ଲକ, ପୌରପାଳିକାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ଗ୍ରାମ୍ୟସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ନିଶା ଦ୍ରବ୍ୟର ମୂଳୋତ୍ପାଟନ ନିମିତ୍ତ ସମସ୍ତଙ୍କ ମଧ୍ୟରେ ସଚେତନତା ନେଇ ଶପଥ ପାଠ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ସକାଳେ ବ୍ୟାନର ଓ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ଏକ ସଚେତନତା ପଦଯାତ୍ରା ଜିଲ୍ଲାକାର୍ଯ୍ୟାଳୟରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସଂସ୍କୃତି ଭବନରେ ପହଁଞ୍ଚô ଥିଲେ ।