ଆନ୍ତର୍ଜାତିକ ସମବାୟ ବର୍ଷ
ପୁରୀ : ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନର ବାର୍ତ୍ତା ନେଇ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ସମବାୟ ବର୍ଷ । ପୁରୀ ଜିଲ୍ଳା କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ସୁନୀତା ପତି ଏଥିରେ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ସମାବେଶରେ ମସô୍ୟ ସମବାୟ ସମିତି, ଦୁଗ୍ଧ ସମବାୟ ସମିତି ଓ କୃଷି ସମବାୟ ସମିତି ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଶ୍ରୀମତୀ ପତି ସମବାୟର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମବାୟ ମାଧ୍ୟମରେ ସମାଜ ସୁଦୃଢ ଓ ଆର୍ଥିକ ସମୃଦ୍ଧ ହୋଇପାରିବ । ବର୍ତ୍ତମାନ ସମବାୟ ଜନଆନେ୍ଦାଳନରେ ପରିଣତ ହୋଇଛି । ସମବାୟ ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହେବା ସହ ପ୍ରତ୍ୟେକ ପରିବାରର ସଦସ୍ୟଙ୍କ ମୁଖରେ ହସ ଫୁଟାଇଛି । ସମବାୟ ଏକ ଆନେ୍ଦାଳନ ଓ ବିବିଧ ସହଯୋଗ ସମିତି ମାଧ୍ୟମରେ ଏହାକୁ ରୁଦ୍ଧିମନ୍ତ କରାଯାଇଛି । ସରକାର ବର୍ତ୍ତମାନ ଅବସ୍ଥାରେ ଅନେକ ସୁଯୋଗ ଯୋଗାଇ ଦେଇଛନ୍ତି । ଏହାର ଫାଇଦା ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ । ପୁରୀ ଦୁଗ୍ଧ ସମବାୟ ୟୁନିୟନ୍ର ସଭାପତି ଦିଲ୍ଲୀପ କୁମାର ଦାସ ଗୋପାଳନ ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଏହାକୁ ଆଗକୁ ନେବା ଥିବା ବ୍ୟବସ୍ଥା, ସରକାରୀ ସୁବିଧା ସବ୍ସିଡ଼ି ଇତ୍ୟାଦି ସଂପର୍କରେ ଆଲୋଚନା କରିଥିଲେ । ପୂର୍ବତନ ଆଇନ ଅଧିକାରୀ ବିରଜା ଶଙ୍କର ଶତପଥୀ, ସହକାରୀ ମସô୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ, ଏଆରସିଏସ୍ ସନାତନ ବେହେରା ପ୍ରମୁଖ ଯୋଗଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ସୂଚନା ଦେଇଥିଲେ ।