‘ଆପ୍ ହେଁ ସଚ୍ଚେ ବିଶ୍ୱକର୍ମା’ର ୫ମ ସଂସ୍କରଣ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଡାଲମିଆ ଭାରତ ଲିମିଟେଡ ‘ଆପ୍ ହେଁ ସଚ୍ଚେ ବିଶ୍ୱକର୍ମା’ର ୫ମ ବାର୍ଷିକୀ ସଗର୍ବେ ପାଳନ କରି ୨୭୨ ଜଣ ପ୍ରବୀଣ ଠିକାଦାରଙ୍କୁ ସେମାନଙ୍କର ପରିବାରବର୍ଗ, ଡିଲର ଏବଂ ଠିକାଦାର ସମୁଦାୟ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଛି । ଏହି ପ୍ରୟାସ ଜରିଆରେ ଡାଲମିଆ ଭାରତ ସେମାନଙ୍କ ବୃତ୍ତିରେ ‘ଗୁରୁ’ ଭାବରେ ବିବେଚିତ ହେଉଥିବା ପ୍ରବୀଣ ‘ରାଜମିସ୍ତ୍ରୀ’ମାନଙ୍କର ନିର୍ମାଣ ଶିଳ୍ପରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଭବିଷ୍ୟତ ପିଢିର ଠିକାଦାରଙ୍କୁ ମାର୍ଗଦର୍ଶନ କରିବାରେ ସେମାନଙ୍କର କାରିଗରୀକୁ ସମ୍ମାନ ପ୍ରଦର୍ଶନ କରିବାକୁ ପ୍ରତିବଦ୍ଧ ରହିଛି । ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ପାଳନର ଅଂଶ ଭାବରେ ଡାଲମିଆ ସିମେଣ୍ଟ ପ୍ରତିନିଧିଗଣ ୧୦୭ ଜଣ ବୟସ୍କ ଏବଂ ଠିକାଦାରଙ୍କୁ ସେମାନଙ୍କ ସମ୍ମାନ ଜ୍ଞାପନ କରିଛି । ଏହି ଅବସରରେକମ୍ପାନୀର ମୁଖପାତ୍ର କହିଥିଲେ, ଆମେ ‘ଆପ୍ ହେଁ ସଚ୍ଚେ ବିଶ୍ୱକର୍ମା’ ପ୍ରୟାସର ୫ମ ବର୍ଷ ପାଳନ କରି ଅତ୍ୟନ୍ତ ଗୋ÷ରବାନ୍ୱିତ ମନେକରୁଛୁ । ଆମର ପ୍ରବୀଣ ରାଜମିସ୍ତ୍ରୀଗଣ ନିର୍ମାଣ ଶିଳ୍ପର ମୂଳଦୁଆ । ସେମାନଙ୍କର କୋ÷ଶଳ ଏବଂ ମାର୍ଗଦର୍ଶନ ଏହି ଭିତିଭୂମି ସମୁଦାୟରେ ଅଗଣିତ କ୍ୟାରିୟରକୁ ରୂପ ଦେଇଛି । ସେମାନଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ଡାଲମିଆ ଭାରତ ଠିକାଦାର ସମୁଦାୟଙ୍କ ସହିତ ଏହାର ବନ୍ଧନ ମଜଭୁତ କରିବା ଏବଂ ପରବର୍ତ୍ତୀ ପିଢିର ବିଲ୍ଡରଙ୍କୁ ପ୍ରେରଣା ଯୋଗାଇବା ଲକ୍ଷ୍ୟ ରଖିଛି ।୨୦୨୦ ଠାରୁ ଡାଲମିଆ ଭାରତ ସମଗ୍ର ପୂର୍ବାଞ୍ଚଳରେ ଠିକାଦାର ସମୁଦାୟଙ୍କ ସହିତ ମଜଭୁତ ସମ୍ପର୍କ ସ୍ଥାପନ ଏବଂ ସେମାନଙ୍କ ଆସ୍ଥାଭାଜନ ହେବା ନିମନ୍ତେ ବିଶ୍ୱକର୍ମା ପୂଜା ଅବସରରେ ଏହି ପ୍ରୟାସ ଆୟୋଜନ କରିଆସୁଛି ।