ଆବାନ୍ସର ନୂତନ ସୋରୁମ ଉଦଘାଟିତ 

 କାକଟପୁର : ପୁରୀ ଜିଲ୍ଲା କାକଟପୁର ଲଷ୍ମୀ ବଜାର ଠାରେ ଆବାନ୍ସର ୫ ନମ୍ବର ସୋରୁମ ସମାଜସେବୀ ବିଜୟ କୁମାର ବେହେରା ଓ ପୁରୀ ଜିଲ୍ଲା ବିଜେପିର ଉପସଭାପତି ରତିକାନ୍ତ ବେହେରାଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି  । ଏହି ସୋରୁମ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ ଗୃହପୋକରଣ ଯୋଗାଇ ଦେବାସହିତ ଉତ୍ତମ ଗ୍ରାହକ ସେବା ମିଳିପାରିବ ଏବଂ ତତସହିତ ସ୍ୱଳ୍ପ କିସ୍ତିରେ ଗ୍ରାହକ ମାନେ ମନ ପସନ୍ଦର ଜିନିଷ ନେଇପାରିବେ ବୋଲି ଆବଂଶ ର ମୁଖ୍ୟ ସତ୍ୱାଧୀକାରୀ ସୂର୍ଯ୍ୟକାନ୍ତ ଦାଶ ପ୍ରକାଶ କରିଛନ୍ତି  । କାକଟପୁର ଅଞ୍ଚଳର ସମସ୍ତ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଆଶା ପ୍ରକଟ କରାଯାଇଛି  ।