ଆର୍ଏସ୍ଏସ୍ ପକ୍ଷରୁ ସେବା କାର୍ଯ୍ୟ 

 କେନ୍ଦ୍ରାପଡ଼ା : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦ୍ରାପଡା ୟୁନିଟ୍ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚାଯାତ୍ରା ଅବସରରେ ରଥଦାଣ୍ଡରେ ସେବା କାର୍ଯ୍ୟ କରାଯାଇଛି । ନଗର ସଂଘ ଚାଳକ ବାଇଧର ରାଉତ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ନଗର ସେବା ପ୍ରମୁଖ ଅରୁଣ କୁମାର ପ୍ରଧାନ ଓ ସୁରେଶ କୁମାର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଉଦ୍ଧ୍ୱର୍ ସ୍ୱୟଂ ସେବକ ରଥଦାଣ୍ଡ ସଫେଇ, ଚାରା ବଣ୍ଟନ, ଟ୍ରାଫିକ୍ ପରିଚାଳନା ସମେତ ପାନୀୟ ଜଳ ବଣ୍ଟନ, ପ୍ରାଥମିକ ଚିକିତ୍ସା ଆଦି ସେବା କାର୍ଯ୍ୟ କରିଥିଲେ । ଏଥିରେ ନିରଞ୍ଜନ ସାହୁ, ଖଗେଶ୍ୱର ସାହୁ, ଦିବ୍ୟଜ୍ୟୋତି ଦାସ, ନୀଳମାଧବ ସାହୁ, ଜିତେନ୍ଦ୍ର ଦାସ ଓ ଓମ୍ ପ୍ରକାଶ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।