ଆର୍ଥôକ ସମ୍ପନ୍ନଙ୍କ କ୍ଷେତ୍ରରେ ସଂରକ୍ଷଣ ସୁବିଧା
ଗୋପାଳ ମହାପାତ୍ର : ଭାରତର ପ୍ରଧାନ ବିଚାରପତିଙ୍କ ମତରେ ସମ୍ପନ୍ନ ଲୋକଙ୍କୁ ସଂରକ୍ଷଣର ସୁବିଧା ଦିଆଯିବା ଉଚିତ୍ ନୁହେଁ । ଭାରତର ପ୍ରଧାନ ବିଚାରପତିଙ୍କ ଏହି ମତ ବା ବିଚାର ସାମାଜିକ ନ୍ୟାୟ ଦିଗରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ହୋଇପାରେ । ଏହି ବିଚାର ସଂରକ୍ଷଣ ନୀତିକୁ ଅଧିକ ସମାବେଶୀ ଏବଂ ପ୍ରଭାବୀ କରିବା ଦିଗରେ ଏପରିକି ସାମାଜିକ ଏବଂ ଆର୍ଥôକ ରୂପେ ବଞ୍ଚôତ ଲୋକଙ୍କୁ ସମାନ ଅବସର ପ୍ରଦାନ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ହୋଇପାରେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଅନେକ ଅସୁବିଧା ମଧ୍ୟ ରହିଛି । ଏହି ସବୁ ଅସୁବିଧା ବା ଅବ୍ୟବସ୍ଥା ମଧ୍ୟରେ ରହିଛି ସାମାଜିକ ଭେଦଭାବର ନିରନ୍ତରତା, ସାମ୍ବିଧାନିକ ପ୍ରାବଧାନର ପାଳନ ଏବଂ ପ୍ରଶାସନିକ ଜଟିଳତା । ଭାରତରେ ସଂରକ୍ଷଣ ନିୟମ ସାମାଜିକ ଏବଂ ଆର୍ଥôକ ଭାବେ ପଛୁଆ ସମୁଦାୟକୁ ସମାନ ଅବସର/ସୁବିଧା ସୁଯୋଗ ପ୍ରଦାନ କରିବାର ଏକ ଗୁରୁତ୍ୱପୁର୍ଣ୍ଣ ସାଧନ ଅଟେ । ଏହି ନିୟମ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଅନୁସୂଚୀତ ଜାତି(ଏସ୍ସି), ଅନୁସୂଚୀତ ଜନଜାତି (ଏସଟି) ଏବଂ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଲାଗୁକରାଯାଉଛି । କିନ୍ତୁ ସମୟ ସହ ତାଳ ମିଳାଇ ସଂରକ୍ଷଣର ଦୁରୁପଯୋଗ, ଏହାର ଲାଭର ଅସମାନ ବିତରଣ ଏବଂ ସାମାଜିକ ଆର୍ଥôକ ପରିବର୍ତ୍ତନ କାରଣରୁ ଏହି ନୀତିର ପ୍ରାସଙ୍ଗିକତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତଙ୍କ ମତ ବା ବିଚାର “ସମ୍ପନ୍ନ ଲୋକଙ୍କୁ ସଂରକ୍ଷଣରୁ ବାହାର କରିଦେବା ଉଚିତ୍” ଏକ ଗୁରୁତ୍ୱପୁର୍ଣ୍ଣ କିନ୍ତୁ ବିବାଦୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି ।
ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ମେ ମାସ ୧୪ ତାରିଖଦିନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ । ଅନେକ ପ୍ରସଙ୍ଗରେ ବିଚାରପତି ଗବଇ ସଂରକ୍ଷଣ ନୀତିକୁ ସୁଧାରିବା ପାଇଁ ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ବାସ୍ତବରେ ସାମାଜିକ ଏବଂ ଆର୍ଥôକ ରୂପରେ ବଞ୍ଚôତ ଲୋକମାନଙ୍କୁ ସଂରକ୍ଷଣର ଲାଭ ମିଳିବା ଆବଶ୍ୟକ । ସେ “କ୍ରିମି ଲେୟର” (ସମ୍ପନ୍ନ ବର୍ଗ)ର ଅବଧାରଣାକୁ ଅନୁସୂଚୀତ ଜାତି ଏବଂ ଜନଜାତିଙ୍କ ପାଇଁ ବା କ୍ଷେତ୍ରରେ ଲାଗୁ କରାଯିବା ପାଇଁ ସୁପାରିଶ କରିଛନ୍ତି । ପଛୁଆବର୍ଗଙ୍କ କ୍ଷେତ୍ରରେ ପୁର୍ବରୁ ଏହାଲାଗୁ କରାଯାଇଛି । ପ୍ରଧାନ ବିଚାରପତିଙ୍କ ଯୁକ୍ତି ହେଉଛି ଯଦି କୌଣସି ବ୍ୟକ୍ତି ବା ତାର ପରିବାର ସଂରକ୍ଷଣର ସୁବିଧାପାଇ ଉଚ୍ଚ ପଦବୀ ଯଥା ଆଇଏଏସ୍, ଆଇପିଏସ ବା ଅନ୍ୟ ପ୍ରତିଷ୍ଠିତ ସେବାରେ ପହଞ୍ଚô ଯାଏ ତେବେ ତାଙ୍କର ଆଗାମୀ ପିଢ଼ିଙ୍କୁ ସାମାଜିକ ଏବଂ ଆର୍ଥôକ ଅସୁବିଧା ଭୋଗ କରିବାକୁ ପଡିନଥାଏ । ଏଭଳି ସ୍ଥିତିରେ ସେମାନଙ୍କୁ ସଂରକ୍ଷଣର ସୁବିଧା ଦିଆଯିବା ନିୟମର ମୂଳ ଉଦେଶ୍ୟକୁ ଦୁର୍ବଳ କରି ଦେଇଥାଏ । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଗବଇ ମନ୍ତବ୍ୟ ଦେଇଥିଲେ ଯେ “ଯେଉଁମାନେ ବର୍ଗୀକରଣର ବିରୋଧ କରୁଛନ୍ତି ସେମାନେ ଏଭଳି ଯାତ୍ରୀ ଯିଏ ରେଳ ଗାଡିର ଡବା ମଧ୍ୟରେ ପଶି ଯାଇଥାନ୍ତି କିନ୍ତୁ ଅନ୍ୟକୁ ପଶିବାକୁ ଦେଇନଥାନ୍ତି” । ତାଙ୍କର ଏହି ଉକ୍ତିର ଯଥାର୍ଥତା ହେଉଛି ସଂପନ୍ନ ଦଳିତ ବା ସଂରକ୍ଷଣ ପାଉଥିବା ଅନ୍ୟବର୍ଗର ଲୋକ ଯେଉଁମାନେ ସଂରକ୍ଷଣର ଲାଭ ଉଠାଇ ସାରିଛନ୍ତି ସେମାନେ ଅନ୍ୟ ବଞ୍ଚôତ ମାନଙ୍କ ହକ୍କୁ ଛଡାଇ ନେଉଛନ୍ତି ।
“କ୍ରିମି ଲେୟର”ର ଅବଧାରଣା ପ୍ରଥମେ ୧୯୯୨ରେ ଇନ୍ଦ୍ରା ସାହାଣୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲା । ଏହି ମାମଲାର ରାୟ ପ୍ରଦାନ କରି କୋର୍ଟ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣରେ କ୍ରିମି ଲେୟରଙ୍କୁ ବାହାର କରିବା ପାଇଁ କହିଥିଲେ ଓ ଏହାର ଉଦେ୍ଦଶ୍ୟ ଥିଲା ସଂରକ୍ଷଣର ଲାଭ ବାସ୍ତବରେ ସାମାଜିକ ଏବଂ ଆର୍ଥôକ ଭାବେ ପଛୁଆ ଥିବା ଲୋକଙ୍କ ପାଖରେ ପହଞ୍ଚାଇବା । କ୍ରିମି ଲେୟରର ଚିହ୍ନଟ ଆୟ, ପେସା ଏବଂ ସାମାଜିକ ସ୍ଥିତି ଭଳି ମାପଦଣ୍ଡର ଆଧାରରେ ସ୍ଥିର କରାଯାଇଥାଏ । ଉଦାହରଣ ସ୍ୱରୂପ ଉଚ୍ଚଆୟ କରୁଥିବା ପରିବାର, ବରିଷ୍ଠ ସରକାରୀ ଅଧିକାରୀଙ୍କ ସନ୍ତାନ ସନ୍ତତି ଏବଂ ଅନ୍ୟ କେତେକ ଅଧିକ ରୋଜଗାର ଥିବା ପେସାର ଲୋକଙ୍କୁ ‘କ୍ରିମି ଲେୟର’ ବୋଲି କୁହାଯାଏ । ଏହି ଅବଧାରଣା କିନ୍ତୁ ଅନୁସୂଚୀତ ଜାତି ଏବଂ ଜନଜାତିଙ୍କ ପାଇଁ ଲାଗୁ କରାଯାଇନଥିଲା କାରଣ ଏହି ବର୍ଗର ସମୁଦାୟଙ୍କୁ ସାମାଜିକ ଭେଦଭାବ ଏବଂ ଛୁଆଁ ଅଛୁଆଁର ସାମନା କରିବାକୁ ପଡ଼ିଥାଏ । କିନ୍ତୁ ପ୍ରଧାନ ବିଚାରପତି ଗବଇଙ୍କ ଯୁକ୍ତି ହେଉଛି ସମୟ ସହ ତାଳମିଳାଇ ଏମାନଙ୍କର (ଏସସି ଓଏସ୍ଟି) ଆର୍ଥôକ ଏବଂ ସାମାଜିକ ଅସମାନତା ହ୍ରାସ ପାଉଛି । କିନ୍ତୁ ଅନେକେ ଏବେବି ମୂଳଭୁତ ସୁବିଧାରୁ ବଞ୍ଚôତ ଅଛନ୍ତି । ଏଣୁ ‘କ୍ରିମି ଲେୟର’ର ଅବଧାରଣାକୁ ଅନୁସୂଚୀତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଲାଗୁ କରାଗଲେ ଏହା ସାମାଜିକ ନ୍ୟାୟକୁ ଅଧିକ ସମାବେଶୀ କରିପାରିବ । ସରକାରୀ ନିଯୁକ୍ତି, ଶିକ୍ଷା ଏବଂ ଅନ୍ୟ କ୍ଷେତ୍ରରେ ସଂରକ୍ଷଣ ରହିଛି । ଯଦି ଅନୁସୂଚୀତ ଜାତି ଓ ଜନଜାତିର ସମ୍ପନ୍ନ ଲୋକେ ଏହାର ଲାଭ ଉଠାଇବେ ତେବେ ପ୍ରକୃତ ପକ୍ଷେ ଆବଶ୍ୟକତା ଥିବା ବା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଏହାର ଲାଭ ମିଳି ପାରିବ ନାହିଁ । କ୍ରିମି ଲେୟରଙ୍କୁ ବାହାର କରାଗଲେ ହିଁ ପ୍ରକୃତ ହକ୍ଦାର ଲୋକେ ସୁବିଧା ପାଇପାରିବେ ଓ ଅସମାନତା ହ୍ରାସ ପାଇବ । ପ୍ରଧାନ ବିଚାରପତି ଗବଇଙ୍କ ଏହି ବିଚାର ଭାରତର ସାମାଜିକ ଏବଂ ରାଜନୈତିକ ଗତିଶୀଳତାକୁ ପ୍ରଭାବିତ କରିପାରେ । ଏହା ସଂରକ୍ଷଣ ନୀତିକୁ ସମାବେଶୀ ଏବଂ ନ୍ୟାୟସଙ୍ଗତ କରିପାରେ ।
କିନ୍ତୁ ଏହାର କାର୍ଯ୍ୟକାରୀତାକୁ ନେଇ ଅନେକ ଜଟିଳତା ରହିଛି । ପ୍ରଧାନ ବିଚାରପତି ଗବଇଙ୍କ ବିଚାରକୁ ଲାଗୁ କରିବା ପାଇଁ ସଂସଦର ମଞ୍ଜୁରି ତଥା ବ୍ୟାପକ ସାମାଜିକ ସହମତିର ଆବଶ୍ୟକତା ରହିଛି । ଏଥିପାଇଁ ସଂରକ୍ଷଣ ବର୍ଗଙ୍କ ଆର୍ଥôକ ଏବଂ ସାମାଜିକ ଅସମାନତାର ଆକଳନ ପାଇଁ ଏକ ସର୍ବେକ୍ଷଣ କରାଯିବା ମଧ୍ୟ ଜରୁରି । ଏ ପ୍ରସଙ୍ଗରେ ସବୁ ସାମାଜିକ ସଂଗଠନ, ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ମଧ୍ୟ ହେବା ଆବଶ୍ୟକ । ‘କ୍ରିମି ଲେୟର’ର ଅବଧାରଣାକୁ ପ୍ରଥମେ ପ୍ରୟୋଗାତ୍ମକ ଭାବେ କିଛି ରାଜ୍ୟରେ ବା ଅଞ୍ଚଳରେ ଲାଗୁ କରାଗଲେ ଏହାର ପ୍ରଭାବକୁ ମଧ୍ୟ ଆକଳନ କରାଯାଇପାରିବ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪