ଆସନ୍ତା ୬ ତାରଖରୁ ରାଜ୍ୟରେ ହେବ ପକ୍ଷୀ ଗଣନା 

ଆସନ୍ତା ୬ ତାରଖରୁ ରାଜ୍ୟରେ ହେବ ପକ୍ଷୀ ଗଣନା 

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଜାନୁଆରୀ ମାସ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏହି ଗଣତି ସମୟରେ ପର୍ଯ୍ୟଟନ ବିଭାଗର ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

   ଅନ୍ୟପଟେ ରାଜ୍ୟକୁ ବିଦେଶୀ ପକ୍ଷୀ କମ୍‌ ଆସିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ହୋଇ ୨ରୁ ୩ଡିଗ୍ରୀ ହୋଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ୍‌ ଟାୱାର, ଏନକ୍‌ଲୋଜର ନିର୍ମାଣ ହେବ, ପକ୍ଷୀମାନଙ୍କ ପାଇଁ ଆଧୁନିକ ପରିବେଶ ତିଆରି କରିବା ଏବଂ ଲୋକଙ୍କୁ ଜାଗୃତ କରାଯିବ । ସେହିପରି ଶିକାରୀମାନଙ୍କ ଗତିବିଧି ରୋକାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି  ।