ଆୟୁଷ୍ମାନ ଯୋଜନା ବାଟବଣା, ଦ୍ୱନ୍ଦ୍ୱରେ ହିତାଧିକାରୀ
କାକଟପୁର : ସାରା ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଥିବାବେଳେ, ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ସଚେତନତା ପାଇଁ ପ୍ରତି ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ସଚେତନତା ସୃଷ୍ଟି କରାଯିବାର ଲକ୍ଷ ନେଇ ରାଜ୍ୟ ରାଜକୋଷରୁ ପ୍ରତି ବ୍ଲକ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, କାକଟପୁର ବ୍ଲକ୍ରେ ଏହାର ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି । ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଚାରି ଉପକେନ୍ଦ୍ରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରାଯାଇଥିଲେ ମଧ୍ୟ ନାମକୁ ମାତ୍ର କେତେଜଣ ହାତଗଣତି ପଞ୍ଚାୟତସ୍ତରୀୟ ନେତାଙ୍କୁ ଡାକି ବିନା ସଚେତନତାରେ କାର୍ଯ୍ୟକ୍ରମକୁ ଅତି ତରବରିଆ ଭାବେ ଲୋକାର୍ପଣ କରିଥିଲେ । ଗ୍ରାମାଞ୍ଚଳର ଗରିବ ହିତାଧିକାରୀ ବିଏସ୍କେୱାୟୀ ଏବଂ ଆୟୁଷ୍ମାନ କାର୍ଡକୁ ନେଇ ଦ୍ୱନ୍ଦରେ ଥିବାବେଳେ, ସ୍ୱାସ୍ଥ୍ୟକ୍ଷେତ୍ରରେ କେଉଁ କାର୍ଡ ଅଧିକ ସହାୟକ ହୋଇପାରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଡିଓ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ, ଅନ୍ୟ ୪ଟି କେନ୍ଦ୍ରରେ ସମ୍ପୃକ୍ତ ଡାକ୍ତରଙ୍କ ଦ୍ୱାରା କାର୍ଯ୍ୟକ୍ରମ କରାଯିବା ଏବଂ ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ତୋଷାରପାତ କରାଯାଇଛି ।