ଆୟୋଜନ ହେବ ସଂକୀର୍ତ୍ତନ ମହାକୁମ୍ଭ
ଭୁବନେଶ୍ୱର : ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦର ସାଙ୍ଗଠନିକ ବୈଠକ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ସିଏମ୍ର ଚେୟାରମ୍ୟାନ୍ ପ୍ରବୀର ପାଲ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟ ସଂଗଠନର ସମସ୍ତ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସଂକୀର୍ତ୍ତନ କଳାକାରମାନଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ପୂର୍ବରୁ ଦାବି ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ତାର ସ୍ଥିତି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସାରା ରାଜ୍ୟର ସମସ୍ତ ସଂକୀର୍ତ୍ତନ କଳାକାରଙ୍କୁ ନେଇ ଏକ ସଂକୀର୍ତ୍ତନ ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତାବ ନିଆଯାଇଛି । ବୈଠକରେ ଉପଦେଷ୍ଟା ଡ଼ଃ କରୁଣାକର ପ୍ରଧାନ ଓ ମନୋଜ ଜେନା, ସମ୍ପାଦକ ସୁଦର୍ଶନ ଚମ୍ପତି, ସଂଯୋଜକ ପ୍ରସନ୍ନ ବିଷୋୟୀ, କୋଷାଧକ୍ଷ ପ୍ରସନ୍ନ ବଡ଼ଜେନା, କାର୍ଯ୍ୟକାରୀ ସଭାପତି ବିଜୟ ରାଉତ, ନନ୍ଦ କିଶୋର ସାହୁ, ଲାବଣ୍ୟ ଜୟସିଂ, ଭାଗିରଥି ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଶାନ୍ତ ସ୍ୱାଇଁ, ନୟାଗଡ଼ ସଭାପତି ଧନେଶ୍ୱର ଲେଙ୍କା, ବରଗଡ଼ ସଭାପତି ସୁଶାନ୍ତ ଦାସ, ବାଲେଶ୍ୱର ସଭାପତି ଲକ୍ଷ୍ମୀକାନ୍ତ ଖଟୁଆ, ଢେଙ୍କାନାଳ, ରାୟଗଡା ସଭାପତି ପୁର୍ଣ୍ଣଚନ୍ଦ୍ର ଦଳେଇ, ସୁନ୍ଦରଗଡ଼ ସଭାପତି ବସନ୍ତ ବେହେରା, ଭୁବନେଶ୍ୱର ସଭାପତି ଅକ୍ଷୟ ବରାଳ, ସୋନପୁର ସଭାପତି ଦିଲ୍ଲୀପ ଭୁୟେ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶହେରୁ ଊର୍ଦ୍ଧ ରାଜ୍ୟ ପଦାଧିକାରୀ ଯୋଗ ଦେଇଥିଲେ ।