ଇମ୍ଫାର ‘ନୋ ୱାର୍କ ନୋ ପେ'କୁ ଶ୍ରମିକଙ୍କ ତୀବ୍ର ବିରୋଧ
କାଳିଆପାଣି: ଇମ୍ଫା ଖଣି ଆଗରେ ଚାଲିଥିବା ଗଣଧାରଣା ଆଜି ସପ୍ତମ ଦିନରେ ପହଁଚିଛି । ଦୁଇ ଦଫା ଦାବି ନେଇ ଇମ୍ଫା ଖଣିରେ ପଞ୍ଜିକୃତ ପ୍ରାୟ ଦୁଇ ଶହ ବୋଝେଇ ଠିକା ଶ୍ରମିକଙ୍କ ନିୟମିତ କର୍ମନିଯୁକ୍ତି ଏବଂ ରୋଜଗାର ଦାବିରେ ଏହି ଧାରଣା ଜାରି ରଖିଛନ୍ତି । ସପ୍ତାହେ ଧରି ଗଣଧାରଣା ଜାରିରହିବା ଫଳରେ କମ୍ପାନୀର ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ତେଣେ କମ୍ପାନୀ ପକ୍ଷରୁ ସବୁ ବର୍ଗର କର୍ମଚାରୀଙ୍କ ନିମନ୍ତେ ‘ନୋ ୱାର୍କ ନୋ ପେ’ ନୋଟିସ ଜାରି କରିବା ପରେ ଏହାକୁ ନେଇ ଅସନ୍ତୋଷ ତିବ୍ରତର ହୋଇଛି । ଓଡିଶା ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ଇମ୍ଫାର ଏଭଳି ନିଷ୍ପତିକୁ ଘୋର ନିନ୍ଦା କରାଯାଇଥିବା ବେଳେ ୟୁନିଅନ ପକ୍ଷରୁ କୁହାଯାଇଛି ଯେ କମ୍ପାନୀର ଏତାଦୃଶ୍ୟ ଶ୍ରମିକ ଦମନ ଓ ଶୋଷଣ ନିତି ଆଉ ବରଦାସ୍ତ କରାଯିବ ନାହିଁ । ଦୁଇଟି ଯାକ ଦାବି ପୂରଣ ନହେବାଯାଏଁ ଆନେ୍ଦାଳନ ଜାରିରହିବ । ଶ୍ରମିକ ଆନେ୍ଦାଳନ ସମ୍ବନ୍ଧରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉପର ମହଲରେ ଏସମ୍ବନ୍ଧରେ ଆଲୋଚନା ଜାରିରହିଛି ଏବଂ ଖୁବଶୀଘ୍ର ଏହାର ସମାଧାନ ପନ୍ଥା ବାହାରିବ ବୋଲି ଆଶା କରୁଛୁ ।