ଇମ୍ଫାର ବରିଷ୍ଠ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଟାଙ୍ଗୀ-ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳରେ ଥିବା ଏକମାତ୍ର ଶିଳ୍ପ ଇମ୍ଫା କମ୍ପାନୀର ବରିଷ୍ଠ ଅଧିକାରୀ ତଥା ଡିଜିଏମ ଧ୍ରୁବ ଚରଣ ରାଉତଙ୍କୁ କଳପ୍ରକାଶିନୀ ବ୍ଲକ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ରାଉତ ଚୌଦ୍ୱାରର ବୁଦ୍ଧିଜୀବୀ, ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନଙ୍କର ବିକାଶରେ ବହୁ ସହାୟତା କରିଥିଲେ । ଦୀର୍ଘ ୧୦ ବର୍ଷରୁ ଅଧିକ ଏହି କମ୍ପାନୀରେ କାର୍ଯ୍ୟରତ ପରେ ଏବେ ଶ୍ରୀ ରାଉତ କମ୍ପାନୀର ଚେୟାରମ୍ୟାନ ତଥା ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ବ୍ୟକ୍ତିଗତ ସହାୟକ ଭାବେ ବଦଳି ହୋଇଛନ୍ତି । ତାଙ୍କର ଚୌଦ୍ୱାର ପ୍ରୀତି ପାଇଁ କଳପ୍ରକାଶିନୀ ବ୍ଲକ ପକ୍ଷରୁ ତାଙ୍କୁ ବରିଷ୍ଠ ସମାଜସେବୀ ବିଷ୍ଣୁଚରଣ ପରିଡା ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମ୍ୟ ରଞ୍ଜନ ପରିଡା, ବଳରାମ ବେହେରା, ପାବକ ବେହେରା, ବିଶ୍ୱଜିତ ବିଶ୍ୱାଳ, ବିଜୟ କୁମାର ସାହୁ, ହିମାଂଶୁ ସାହୁ, ସୁଧାଂସୁ ଶେଖର ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।