ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର ବାର୍ଷିକୋତ୍ସବ
ନାଉଗାଁ : ପବିତ୍ର ରଜ ଉତ୍ସବ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ସ୍ଥିତ ମା' ଜାଗୁଳାଇ ମନ୍ଦିରରେ ଉକôଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ଭାବେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ସମାଜସେବୀ ଡ. ବିଚିତ୍ର ପଣ୍ଡା ଉପସ୍ଥିତଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା ଯୋଗ ଦେଇଥିଲେ । ଏହି ଅବସରରେ ସାମାଜିକ କର୍ମୀ ପ୍ରସନଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅନୁଷ୍ଠାନର କର୍ମକର୍ତ୍ତା ଶିକ୍ଷକ ଅକ୍ଷୟ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ରିଷଦର ସମ୍ପାଦକ ସୁକାନ୍ତ ଲେଙ୍କା ବିବରଣୀ ପାଠ କରିଥିବା ବେଳେ, ସଭାପତି ହିମାଂଶୁ ମହାନ୍ତି ଅନୁଷ୍ଠାନର କୃତିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ବସନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ପାଦକ ସୁକାନ୍ତ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଅତିଥି ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସିନେ କଳାକାର ନମ୍ରତା ଦାସ , ମୁଖ୍ୟବକ୍ତା ଜଗତିଂହପୁର ଜିଲ୍ଲା ଭାଜପା ସଭାପତି ପ୍ରତାପ କୁମାର ମିଶ୍ର ଯୋଗ ଦେଇ କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିଲେ ସମାଜ ବିକଶିତ ହେବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସମାଜସେବୀ ଦୀପକ ବିଶ୍ୱାଳ, ମୁଖ୍ୟଉପଦେଷ୍ଟା ନିରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡ଼ା, ସମାଜସେବୀ ଦୀପକ ବିଶ୍ୱାଳ, ବିକେ ଇଞ୍ଜିନିୟରିଂ କଲେଜର ସତ୍ତ୍ୱାଧିକାରୀ ନେତ୍ରାନନ୍ଦ ଜେନା, ଧାରାବାହିକ ନିଦେ୍ର୍ଦଶକ ଆଲୋକ ପରିଡ଼ା ଉପସ୍ଥିତ ଥିଲେ । ଶିକ୍ଷକ ବସନ୍ତ କୁମାର ଦାସ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ମଞ୍ଚାସିନ ଅତିଥିମାନେ ସଂସ୍କୃତି ଓ କଳାର ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ । ଗୁରୁ ରାମଚନ୍ଦ୍ର ମୁଦୁଲି, ଗୁରୁ ସରୋଜ ମହାନ୍ତି, ଗୁରୁ ସୁଧୀର ବେହେରା ଓ ଗୁରୁ କେଶବ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ହିମାଂଶୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।