ଏଟିଏମ୍ ଅଚଳ
କଟକ : ରାଜ୍ୟର ବାଣିଜ୍ୟନଗରୀ କୁହାଯାଉଥିବା କଟକ ସହରରେ ଗତ କାଲିଠାରୁ ଅଧିକାଂଶ ବ୍ୟାଙ୍କର ଏଟିମ ଅଚଳ ରହିଛି । ସହର ମଧ୍ୟରେ ଥିବା ଏଟିଏମ ଗୁଡ଼ିକ ମଧ୍ୟରୁ ଅଧିକରେ ସଟର ପଡ଼ିଛି । ତେବେ ଏଭଳି ଅଚଳ ଅବସ୍ଥା ଗତକାଲି ଠାରୁ ଲାଗି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଲୋକମାନେ ପଇସା ଉଠାଇବା ପାଇଁ ଏଟିଏମ୍ରୁ ଏଟିଏମ ଯାଉଛନ୍ତି, ହେଲେ ଅର୍ଥ ଉଠାଣ କରିବା ସମ୍ଭବ ହେଉନାହିଁ । ସହର ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସର୍ବାଧିକ ଏଟିଏମ ରହିଛି । ତେବେ ୧୨ଘଣ୍ଟାରୁ ଅଧିକ ସମୟ ଧରି ଏଭଳି ଅଚଳ ଅବସ୍ଥା ଲାଗି ରହିଥିବାବେଳେ ଏହାକୁ ସଚଳ କରିବାକୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।