ଏଭିଏମ ସ୍କୁଲର ବାର୍ଷିକୋତ୍ସବ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଏଭିଏମ୍ ଇଂରାଜୀ ମିଡିୟମ ସ୍କୁଲର ୧୫ତମ ବାର୍ଷିକୋତ୍ସବ ଉଦ୍ୟାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ଗାହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚରମ୍ପା ମହାବିଦ୍ୟାଳୟର ଅଧ୍ୟକ୍ଷ ପିତାମ୍ବର ନାୟକ ମୁଖ୍ୟଅତିଥି, ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସ ମୁଖ୍ୟବକ୍ତା, ଅଧ୍ୟାପକ ବନମାଳୀ ବାରିକ ଓ ସ୍ୱଚ୍ଛ ଭାରତ ଅଭିଯାନର ସାରଥୀ ଗୟାଧର ବିଶ୍ୱାଳ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଜ୍ୟୋତିଶ୍ରୀ ନନ୍ଦ ଓ ମମତାରାଣୀ ନାୟକ ଅତିଥି ପରିଚୟ, ତାପସୀ ଖଟୁଆ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ଆଲଫାରାଣି ଦାସ, ଜିକେ ଶ୍ୱେତାମ୍ବରୀ, ଜ୍ୟୋତିପ୍ରଭା ମହାନ୍ତି, ସାଇପ୍ରିୟା ସେଠୀ, ଶ୍ରିଲିପ୍ତା ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ପରିଚାଳକ ପ୍ରଶାନ୍ତ ଦ୍ୱିବେଦୀ ଉପସ୍ଥିତି ଓ କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ଓ ପଦ୍ମନାଭଙ୍କ ସଙ୍ଗୀତ ଉତ୍ସବକୁ ଅଧିକ ରୋଚକ କରିଥିଲା ।