ଏମସିଏଲରେ ଠିକା କର୍ମଚାରୀଙ୍କ ମୃତୁ୍ୟ

ତାଳଚେର : ତାଳଚେର ବ୍ଲକ ହିଙ୍ଗୁଳା ଥାନା ଅନ୍ତର୍ଗତ ବଳରାମ କୋଇଲା ଖଣିର ୯ନମ୍ବର ସାଇଡିଙ୍ଗରେ ଜଣେ ଠିକା କର୍ମଚାରୀଙ୍କର ଦୁର୍ଘଟଣାରେ ମୃତୁ୍ୟ ହୋଇଛି । କର୍ମଚାରୀଙ୍କ ମୃତ୍ୟୁ ଖବର ପାଇବାପରେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଅଶୋନ୍ତଶ ବୃଦ୍ଧି ପାଇବା ସହ ଶୋକାକୁଳ ପରିବେଶ ଦେଖାଦେଇଛି । ଘଟଣାରୁ ପ୍ରକାଶ ଆଜି ବଳରାମ ଖଣି ସ୍ଥିତ ସାଇଲୋରେ ଘରୋଇ ଠିକା ଶ୍ରମିକଭାବେ କେନ୍ଦୁଝର ଅଂଚଳର ସନ୍ତୋଷ ନାଏକ ଏକ ପୋଲରୁ ଖସିପଡି ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ହିଙ୍ଗୁଳା ଥାନା ସୂତ୍ରରୁ ଜଣାପଡିଛି  । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚô ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି  ।