ଏସଏନ କଲେଜର ବାର୍ଷିକ କ୍ରୀଡ଼ା

 ରାଜକନିକା: ଶୈଳେନ୍ଦ୍ର ନାରାୟଣ କଲେଜରେ ଦୁଇ ଦିନ ଧରି ଚାଲିଥିବା ୪୯ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି  । ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ଏହି କ୍ରୀଡା କୁ ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ,କ୍ରୀଡା ଶିକ୍ଷକ ବିଶ୍ୱଭୂଷଣ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଖେଳ ରେ +୨ ଓ +୩ ର ୨୦୦ ରୁ ୂର୍ଦ୍ଧ୍ୱ ଛାତ୍ରଛାତ୍ରୀ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟ ଫୁଟ, ଡିସ କସ ଆଦି ଖେଳରେ ଭାଗ ନେଇଥିଲେ । କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଡ. ସଂଜୀବ ଦାଶ, ଡ. ଅଜୟ କୁଣ୍ଡ, ଡ. ପ୍ରଦୀପ ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ଡ. ରଞ୍ଜନ ରଥ, ଡ. ଜୟନ୍ତ ମଲ୍ଲିକ, ପ୍ରଫେସର ଶରତ ବାରିକ, ଡ. ମିଥିଳା ଦାସ, ପ୍ରଫେସର ସଞ୍ଜୟ ମହାନ୍ତି, ଅମିତାଭ କରଣ, ଜ୍ୟୋତି ରଞ୍ଜନ ରାଉତ, ଅନିଲ ନାହାକ, ଅଧ୍ୟାପିକା ପ୍ରଯୁକ୍ତା ପ୍ରିୟଦର୍ଶିନୀ, ମିସ ଟୁଲୀ, ଭାରତୀ ସାହୁ, ମଧୁସ୍ମିତା ଦୋବାଇ, ଆକାଉଟାଣ୍ଟ ଜୟନ୍ତ ମଥାନ, ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ, ଗୋଲେଖ ଧକ, ଶରତ ଓଝା, କାଜଲ ଜ୍ୟୋତି ସାହୁ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।