ଓପନ କୁଇଜ୍ ଏବଂ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା

 ଯାଜପୁର ଟାଉନ: ରବିବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଉପଲକ୍ଷେ ଓପନ କୁଇଜ୍ ଓ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓପନ କୁଇଜ୍ ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୧ମ ରୁ ୭ମ ଶ୍ରେଣୀ, ୮ମ ରୁ ୧୦ମ ଶ୍ରେଣୀ, +୨ ଶ୍ରେଣୀ ଓ ଅଭିଭାବକ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୁଇଜ୍ ମାଷ୍ଟର ଭାବେ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ । ଏଥିରେ ମୋଟ୍ ୫୦ଜଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୮ଟି ଗ୍ରୁପ ଯୋଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪ଟି ଗ୍ରୁପ ମନୋନୀତ ହୋଇଥିଲେ । ସେମାନେ ସ୍ୱାଧୀନତା ଦିବସ ଦିନ ଜିଲ୍ଲାସ୍ତରୀୟ ଉସôବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗର କନିଷ୍ଠ ସହାୟକ ଜ୍ୟୋତିରଂଜନ କର, ଅଜିତ୍ କୁମାର ବେହେରା, ସୁଶାନ୍ତ ଗୋଚ୍ଛାୟତ, ପବିତ୍ର ମୋହନ ମଲ୍ଲିକ, ପ୍ରକାଶ କୁମାର ଜେନା, ରତିକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥଲେ ।