ଓଡ଼ିଆ ଅସ୍ମିତାର ଅବିସ୍ମରଣୀୟ ବ୍ୟକ୍ତିତ୍ୱ 


ଡକ୍ଟର ଲକ୍ଷ୍ମଣ ସାହୁ  : ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ  । ବିଶେଷ କରି ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉକôଳ ପ୍ରଦେଶ’ ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ ପାରଳାର ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନେ୍ଦାଳନ ଆରମ୍ଭ ହୋଇଥିଲା  । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା  ।
     ନବଗଠିତ ଆଧୁନିକ ଓଡ଼ିଶାର ମାନଚିତ୍ର ଦେଖିବାକୁ ଗଲେ ତା'ର ଇତିହାସ ପୃଷ୍ଠା ଓଲଟେଇବାକୁ ପଡିବ  । ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ନିର୍ମାଣ ପାଇଁ ମୁଖ୍ୟ ବିପ୍ଳବର ସ୍ୱର ଉକôଳ ସମ୍ମିଳନୀ ଗଠନ ଦିନ ଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା ଓ ଏହା ଏକ ପ୍ରଥମକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରିଥିଲା । ଏଥିରେ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଲୋକପ୍ରିୟ ବାରିଷ୍ଟର ମଧୁସୂଦନ ଦାସ, ଉକôଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି,  ପଣ୍ଡିତ ନୀଳକଣ୍ଠ ଦାସ,  ସ୍ୱଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପ୍ରମୁଖ  । ସେମାନଙ୍କ ନେତୃତ୍ୱରେ ଏହି ଆନେ୍ଦାଳନ ଅଧିକ ଗତିଶୀଳ ହୋଇଥିଲା  । ସେ ସମୟରେ ସାର୍ ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ କରି ରାଜ୍ୟପାଳ ଭାବରେ ଶପଥ ନେଇଥିଲେ  । ସେହି ଦୃଷ୍ଟିରୁ ୧୯୩୬ ମସିହା ଏପ୍ରିଲ୍ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ପୁନର୍ବାର ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ତାହା  ୩୦ଟି ଜିଲ୍ଲାରେ ଭାଗ କରାଯାଇଥିଲା  । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉକôଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର ସେହି  ବନ୍ଦନୀୟ କର୍ଣ୍ଣଧାରମାନଙ୍କୁ ସମ୍ମାନ ଦିଆଯାଏ  । ଏହା ଆମ ସଂସ୍କୃତି ଓ ପରମ୍ପରାରେ ଏକ ପର୍ବ ତୁଲ୍ୟ ଓଡ଼ିଶାରେ ୩୦ଟି ଜିଲ୍ଲା ପାଳନ ହୋଇ ଆସୁଛି  ।
ଇତିହାସର ସେହି ଅବିସ୍ମରଣୀୟ ଘଟଣାର ପୁନଃ ବିଚାରର ଅନ୍ତ କେବେ ନାହିଁ  । ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକତ୍ରୀକରଣ ଦ୍ୱାରା ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିଛି  । କହିବାକୁ ଗଲେ ଗଂଜାମରେ ତେଲୁଗୁ, ସମ୍ବଲପୁରରେ ହିନ୍ଦୀ ଓ ଓଡ଼ିଶାରେ ସେ ସମୟରେ ବଙ୍ଗଳା ଭାଷାର ପ୍ରାଧାନ୍ୟ ବୃଦ୍ଧି ପାଉଥିବାର ଦେଖିବା ବେଳେ ଉଦବେଗ୍ ଓ କ୍ଷୋଭ ପ୍ରକାଶ କରି ଉକôଳ ସମ୍ମିଳନୀ ମାଧ୍ୟମରେ ଯେଉଁ ପ୍ରକାରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିଲା, ମଧୁବାବୁ ତାକୁ କେବଳ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିନଥିଲେ  ବରଂ ନିଜର ସଂକଳ୍ପ ଭିତରେ ରଖି ତାକୁ ପରିପୂର୍ଣ୍ଣ କରିଥିଲେ  । କଟକରେ ଉକôଳ ସଦର, ଗଂଜାମରେ ଉକôଳ ହିତୈଷିଣୀ ସଭା, ଓଡ଼ିଆ ଗ୍ରାଜୁଏଟ୍ ଆସୋସିଏସନ ଭଳି ଅନୁଷ୍ଠାନ ଏ ଦିଗରେ ଅସୀମ କାର୍ଯ୍ୟ  କରିଥିଲେ  । ବିଭିନ୍ନ ପତ୍ରପତ୍ରିକାରେ ଯଥା ଉକôଳ ଦୀପିକା, ଉକôଳ ବାର୍ତ୍ତା, ସମ୍ବାଦ ବାହିକା, ଉକôଳ ପାଟ୍ରିୟଟ, ଦି ଓଡ଼ିଆ, ଷ୍ଟାର ଅଫ ଉକôଳ ଭଳି ପତ୍ରିକାର ପ୍ରଚାର ଓ ପ୍ରଚଳନକୁ ଅକୁଣ୍ଠ ଚିତ୍ତରେ  ପୃଷ୍ଠପୋଷକତା ଦେବା  ସହିତ ମଧୁବାବୁ ବିଛିନ୍ନାଞ୍ଚଳ ଆନେ୍ଦାଳନକୁ ଅଧିକ ଜାଗ୍ରତ କରି ରଖିଥିଲେ  ।
୧୯୨୨ମସିହା ଏପ୍ରିଲ ମାସରେ କଟକର କଲେଜିଏଟ ସ୍କୁଲରେ ଅନୁଷ୍ଠିତ ଏକ ସାହିତ୍ୟ ଆଲୋଚନା ସଭାରେ ସେ କହିଥିଲେ “ ମୁଁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛି ସତ୍ୟ କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ଯେଉଁ ପ୍ରଭାବ ପକାଇଛି, ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ  । ଓଡ଼ିଶାର ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗିରେ ପ୍ରତିଦିନ ସନ୍ଧ୍ୟାରେ ନିରକ୍ଷର ଲୋକମାନେ ଆଧ୍ୟାତ୍ମିକ ଚିନ୍ତା କରନ୍ତି ଓ ଗ୍ରାମରେ ଏକତା ଆସେ  । ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଓ ଲାବଣ୍ୟବତୀ ଓଡ଼ିଶାର ଘରେ ଘରେ ପରିଚିତ ଓ ସେ ଓଡ଼ିଆ ସାହିତ୍ୟରେ ଏକ କୋଣାର୍କ ତିଆରି କରି ଯାଇଛନ୍ତି  । ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଗଂଜାମର ଘୁମୁସର ବାସିନ୍ଦା  । ସେହି ଗଂଜାମ ଓଡ଼ିଶା ବାହାରେ ମାନ୍ଦ୍ରାଜ ଶାସନାଧୀନରେ ଅଛି  । ଆମ ଜାତି ଓ ଭାଷାର ଗୌରବ ଯେଉଁ ଉପେନ୍ଦ୍ର ଭଞ୍ଜ ,ତାଙ୍କ ବାସସ୍ଥାନ ଭିନ୍ନ ଶାସନାଧୀନରେ ରହିନପାରେ  । ଏହା ହିଁ ଆମ୍ଭମାନଙ୍କୁ ‘ଉକôଳ ସମ୍ମିଳନୀ’ ଗଢ଼ିବାକୁ ପ୍ରେରଣା ଦେଇଛି ” । 
ମଧୁବାବୁଙ୍କ କଥାରେ ଏଭଳି ଚମକôାର ଯାଦୁକାରୀ ଶକ୍ତି ଥିଲା ଯାହା ଶୁଣିଲା ମାତ୍ରେ ମନ ଭିତରେ ଭାସି ଉଠେ ଏକ ଦାମ୍ଭିକପୂର୍ଣ୍ଣ ତେଜିୟାନ୍ ଅଭିଜାତ ଗୁରୁ ଗମ୍ଭୀର ବ୍ୟକ୍ତିତ୍ୱ, ସ୍ୱାଭିମାନ ଓ ଆତ୍ମସମ୍ନାନର ଏକ ଉଜ୍ଜଳ ଅଗ୍ନିଶିକ୍ଷା  । ତାଙ୍କରି ଉଦେ୍ଦଶ୍ୟରେ କବି ନନ୍ଦ କିଶୋର ବଳ ଲେଖିଥିଲେ, “ଯେତେ କାଳଥିବ ଓଡିଆ ଜାତି ଇତିହାସରେ ତୁମରି ନାମ ଅଙ୍କିତ ହୋଇ ରହିଥିବ ହେମମୟ ଅକ୍ଷରରେ”  । ସେ ଥିଲେ ଏ ମାଟିର ଜଣେ ଜ୍ଞାନୀ, ମାନୀ, ବୁଦ୍ଧିଜୀବୀ ଓ ପଣ୍ଡିତ  । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ  । ତାଙ୍କର ପ୍ରଚେଷ୍ଟା ଆଉ ପ୍ରଗାଢ ଅଧ୍ୟବସାୟ ଫଳରେ ସ୍ୱତନ୍ତ୍ର ଓଡିଶା ଗଠନ ହୋଇପାରିଛି  । 
ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ପାଇଁ ଉକôଳ ଗୌରବ ମଧୁସୂଦନଙ୍କ ପଟ୍ଟଶିଷ୍ୟ ଉକôଳ ପ୍ରାଣ ବ୍ରଜସୁନ୍ଦର ଦାସ ନିଜର ଅକୁଣ୍ଠ ଶ୍ରମଦାନ, ସମୟଦାନ ଓ ଅର୍ଥଦାନ ସହ ନିଜକୁ ଯେପରି ଏଥିରେ ସାମିଲ କରିଥିଲେ ତାହା ବିରଳ ଓ ଅବର୍ଣ୍ଣନୀୟ  । ତାଙ୍କର ପ୍ରଭୁତ ଜମିଦାରୀ ଅର୍ଥ ଏହି ଉଦେ୍ଦଶ୍ୟରେ ଖର୍ଚ୍ଚ କରି ସେ ସର୍ବସ୍ୱାନ୍ତ ଓ ଦେବାଳିଆ ହୋଇ ଯାଇଥିଲେ  । ଦେଶ ଓ ଜାତି ପାଇଁ ନିଜର ସମ୍ପତ୍ତି ଓ ଆୟ କିପରି ଅକାତରେ ଖର୍ଚ୍ଚ କରାଯାଇପାରେ ମଧୁବାବୁଙ୍କ ପରେ ବ୍ରଜସୁନ୍ଦରଙ୍କ ଠାରେ ଏହା ପରିଲକ୍ଷିତ ହୁଏ  । ମହାନ ନାରୀନେତ୍ରୀ ସରଳା ଦେବୀଙ୍କ ଭାଷାରେ – “ ତାଙ୍କୁ ଧପାଇ ବହୁଲୋକ ତାଙ୍କଠାରୁ ଟଙ୍କା ନିଅନ୍ତି, କିନ୍ତୁ ଠକିଦିଅନ୍ତି । ଟଙ୍କା ନେଇଥିବା ଲୋକ ବିରୋଧରେ କିଛି କାର୍ଯ୍ୟ କରିବା ଦୂରେ ଥାଉ, କାହାକୁ ଠକ ବୋଲି ମଧ୍ୟ ସେ କହନ୍ତି ନାହିଁ  । ବ୍ରଜସୁନ୍ଦର ଅତିଶୟ ହୃଦୟବାନ, ଉଦାରମନା, ସ୍ନେହଶୀଳ ବ୍ୟକ୍ତିର ମଣିଷ ଥିଲେ  । ଦେଶ ମିଶ୍ରଣରେ ଉକôଳ ମଣି ଗୋପବନ୍ଧୁ ଦାସଙ୍କ ଅନ୍ତରଙ୍ଗ ସହକର୍ମୀ ଥିଲେ  । ଜନହିତ ଓ ଦେଶହିତ ପାଇଁ ତାଙ୍କର ଦାନ ଓ ତ୍ୟାଗ ଅମାପ  ଅତୁଳନୀୟ କହିଲେ ଅତୁ୍ୟକ୍ତି ହେବ ନାହିଁ  ।
ସ୍ୱତନ୍ତ୍ର ଉକôଳ ଗଠନ ପାଇଁ ମଧୁବାବୁଙ୍କ ପରେ ଯଦି ଅତ୍ୟନ୍ତ ନିର୍ଭୀକ ଓ ଯୁକ୍ତିନିଷ୍ଠ ଭାବେ କାହାକୁ ସ୍ମରଣ କରାଯାଏ ତେବେ ସେ ହେଉଛନ୍ତି ବ୍ରଜସୁନ୍ଦର ଦାସ  । ତାଙ୍କ ଉକôଳ-ପ୍ରାଣତା ଓ ଦେଶ-ପ୍ରାଣତା ଥିଲା ଅନନ୍ୟ । ୧୯୨୪ ମସିହାରେ ଫିଲିପ୍ ଡଫ କମିଟିଙ୍କ ନିକଟରେ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରି ଏହି ଆନେ୍ଦାଳନକୁ ଶକ୍ତିଶାଳୀ ଓ ତୀବ୍ର କରିବାରେ ବ୍ରଜସୁନ୍ଦର ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ  । ବିଶେଷ କରି ୧୯୨୯ମସିହାରେ ଅଧିକ ରୂପରେ ଏହା ସାଇମନ କମିଶନଙ୍କ ଭାରତ ଆଗମନ ସମୟରେ ଏହାର ଗତିଶୀଳ ତୀବ୍ରତା ଦେଖିବାକୁ ମିଳିଥିଲା  । ଜାତୀୟ ଜାଗୃତିର ଦୀପ ସ୍ତମ୍ଭ ରୂପେ ବ୍ରଜସୁନ୍ଦର ଉକôଳୀୟ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ଅଭିବୃଦ୍ଧି ପାଇଁ ନିଜକୁ ପୂର୍ଣ୍ଣ ରୂପେ ଉସôର୍ଗ କରିଥିଲେ  । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେବାପରେ “ଓଡ଼ିଆ ସ୍ୱାର୍ଥ ରକ୍ଷା ସମିତି” ଗଠନ କରି ତାର ସଭାପତି ରହିଲେ  । ସ୍ୱକୀୟ ପ୍ରେସରୁ ବିଭିନ୍ନ ପ୍ରକାର ଉପାଦେୟ ମୂଳକ ଲେଖା ଛପାଇ ବିଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ଟିକିନିଖି ଜୀବନ ଯାପନ ସମସ୍ୟାକୁ ସେଥିରେ ଉପସ୍ଥାପିତ କରୁଥିଲେ  । 
ଏପରିକି ମୁକୁର, ପତ୍ରିକାର ସମ୍ପାଦକ ରୂପେ ଦୀର୍ଘ ପଚିଶ ବର୍ଷ ସାହିତ୍ୟ ସେବା ଓ ସଙ୍ଗଠନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ପତ୍ରିକା ତାର ନିଜସ୍ୱ ଗରିମା ନେଇ “ଉକôଳ ସାହିତ୍ୟ” ସହ ସମତାଳରେ ଗତି କରୁଥିଲା  । ଫକୀରମୋହନଙ୍କ ଠାରୁ ଆରମ୍ଭ କରି ସେ ସମୟର ସବୁ କୃତବିଦ୍ୟ ସାହିତ୍ୟିକଙ୍କ ଉଲ୍ଲେଖନୀୟ ମୂଲ୍ୟବାନ ସୃଷ୍ଟି ସବୁକୁ ଏହା ଧାରଣ କରୁଥିଲା  । କୁଳବୃଦ୍ଧ ମଧୁସୂଦନ ଯେପରି ପଟେ ଯୋତାର ତ୍ରୁଟି ଦେଖି ଥରେ ଟେନେରୀ ଯାକ ଯୋତା ପୋଡ଼ି ଦେଇଥିଲେ  । ସେହିପରି ବ୍ରଜସୁନ୍ଦର ଗୋଟିଏ ଅକ୍ଷରର ବେଢ଼ଙ୍ଗ ଲାଗି ପୁରା ସେଟ୍ଟିକୁ ଢ଼ଳାଇ ନଷ୍ଟ କରି ଦେଇଥିଲେ  । ଉଭୟେ ଥିଲେ ନିଜ ନିଜର ଢଙ୍ଗରେ ବଡ଼ ସ୍ୱାଭିମାନୀ  । ଓଡ଼ିଆ ଜାତୀୟତା ଓ ଜନଜୀବନ ସହ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ପାଇଁ ନିଜକୁ ତିଳ ତିଳ କରି ଜାଳିଥିବା ଏହି ଦୁଇ ଦେଶପ୍ରେମୀ ଓ ଜାତିପ୍ରେମୀ ଉକôଳ ଗୌରବ ମଧୁସୂଦନ ଓ ଉକôଳପ୍ରାଣ ବ୍ରଜସୁନ୍ଦରଙ୍କ ସ୍ଥାନ ଅନନ୍ୟ , ଅମାପ ଓ ଅବିସ୍ମରଣୀୟ  ।
କେବଳ କୁହାଯାଇପାରେ ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ କେବଳ ପୁରୁଷମାନଙ୍କ ଭୂମିକା ଯେ ଯଥେଷ୍ଟ ଥିଲା ତାହା ନୁହେଁ, ସେହି ମାତ୍ରାରେ ନାରୀନେତ୍ରୀମାନଙ୍କ ଅବଦାନ ମଧ୍ୟ କମ୍ ନୁହେଁ  । ନାରୀକବି କୁନ୍ତଳାକୁମାରୀ ସାବତ, ସରଳା ଦେବୀ ଓ ଶୈଳବାଳା ଦାସ ମଧ୍ୟ ଓଡ଼ିଶା ଗଠନରେ ମହନୀୟ ଭୂମିକା ନିର୍ବାହ କରିଥିଲେ  । ସେ ସମୟରେ  ଟି. ରେଭେନ୍ସା, ହେନେରି ରିକେଟ୍ସ ଓ ଜନ୍ ବିମ୍ସଙ୍କ ପରି କେତେକ ଇଂରେଜ ଅଧିକାରୀ ମଧ୍ୟ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ଆନେ୍ଦାଳନକୁ ଉସôାହିତ କରିଥିଲେ ଯାହା ଆଜି ଅବିସ୍ମରଣୀୟ ହୋଇ ରହିଛି  ।
ଏହା ଯାହା ହେଉନା କାହିଁ ୧୯୩୬ ମସିହା ଏପ୍ରିଲ ପହିଲାରୁ ଦୀର୍ଘ ୨୦୨୫ ଏପ୍ରିଲ ପହିଲା ପ୍ରାୟତଃ ୯୦ ବର୍ଷର ଓଡ଼ିଶା  । ପରାଧୀନ ଓ ବିଛିନ୍ନ ଓଡ଼ିଶାର ଏକୀକରଣ ପାଇଁ ଦୀର୍ଘ ବର୍ଷର ସଂଘର୍ଷ ପରେ ହିଁ ଏ ସଫଳତା ମିଳିଛି  । ସେ ସମୟରେ ମଧୁବାବୁଙ୍କ ପରି ମଧ୍ୟ ଉକôଳମଣି ଗୋପବନ୍ଧୁଙ୍କର ଜୀବନ ଦର୍ଶନ ଥିଲା ନବ ଓଡିଶା ଗଠନ  । ଛିନ୍ନ ବିଛନ୍ନ ହୋଇ ରହିଥିବା ଓଡିଆ ଅଞ୍ଚଳକୁ ଏକାଠି କରିବା ଉଦେ୍ଦଶ୍ୟରେ ଉକôଳ ସମ୍ମିଳନୀର ସେ ଥିଲେ ଅନ୍ୟତମ କର୍ଣ୍ଣଧାର  । ସେ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ବାସ୍ତବରେ ଏହା ପଛରେ ରହିଛି କେତେ ଅକୁହା ଲମ୍ବା ସଂଗ୍ରାମର ବେଦନା ସିକ୍ତ କାହାଣୀର ଇତିହାସ  । 
ନିଷ୍କର୍ଷରେ ସେହି ଅବିସ୍ମରଣୀୟ ପଂକ୍ତି  “ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ସ୍ୱାର୍ଥକୁ ଦିଅ ଆହୁତି,/ ସ୍ୱାର୍ଥ ମେଧ ଯଜେ୍ଞ ଚାରିଆଡେ ନାଚ ଛାତିରେ ମିଶାଇ ଛାତି  ।” ସେହି ସଂଗ୍ରାମର ମହାନାୟକମାନଙ୍କ ମଧ୍ୟରୁ ଉକôଳ ଗୌରବ ମଧୁସୂଦନ ଦାସ ଓ ଉକôଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଭଳି ଅନେକଙ୍କ ନାମ ଓଡ଼ିଶା ଇତିହାସରେ ଚିର ସ୍ମରଣୀୟ  । ମଧୁସୂଦନ ଦାସଙ୍କର ନେତୃତ୍ୱ ମଣ୍ଡଳୀ ଭାରତର ସ୍ୱାଧୀନତାକୁ ପଛକରି ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ପାଇଁ ଯେଭଳି କାର୍ଯ୍ୟ କରିଛନ୍ତି ତାହା ଅବିସ୍ମରଣୀୟ!
     ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,  କଟକ - ୪.
            ଦୂରଭାଷ : ୯୦୪୦ ୧୫୧୪୭୫