ଓଡ଼ିଶା ଆଦିତ୍ୟ ସମ୍ମାନ 

 ପୁରୀ: ସଂସ୍କୃତି ଭବନରେ ସ୍ଥାପନା ଚାରିଟେବୁଲ ପକ୍ଷରୁ ‘ଓଡ଼ିଶା ଆଦିତ୍ୟ ସମ୍ମାନ-୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ସରୋଜ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏଥିରେ ଯୋଗ ଦେଇଥିଲେ । ଲଲାଟେନ୍ଦୁ ମିଶ୍ର, ରଶ୍ମିରେଖା ବାରିକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଚଳଚ୍ଚିତ୍ର ନିଦେ୍ର୍ଦଶକ ମୁନା ମୋଦି, କୋରିଓଗ୍ରାଫର ସନ୍ତୋଷ ବାରିକ, ସଙ୍ଗୀତା ପ୍ରମୁଖ ପରିଚାଳନା କରିଥିଲେ । ଅରୁଣିମା ନନ୍ଦ, ରିଙ୍କି ବାରିକ, କ୍ଷୀରାବ୍ଧି ପଟ୍ଟନାୟକ, ପିଣ୍ଟୁ ମିଶ୍ର, ସବିତା ମିଶ୍ର ଓ ମନିଷା ମହାନ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟ ସଭାନେତ୍ରୀ ନିବେଦିତା ନାୟକ ଧନ୍ୟବାଦ ଦେଇଥିଲେ ।