ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ

 ଢ଼େଙ୍କାନାଳ : ଓଡ଼ିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଅଧ୍ୟକ୍ଷତା କରିଥିବାବେଳେ ଓଡ଼ିଶା ଦିବସ ଉତ୍ସବ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ, ନିଜସ୍ୱ ଗୃହ ଆଦିକୁ ସନ୍ଧ୍ୟାରେ ଆଲୋକରେ ସଜ୍ଜିତ କରିବାକୁ ସେ ଅନୁରୋଧ କରିଥିଲେ । ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବନେ୍ଦ ଉକôଳ ଜନନୀ ସଙ୍ଗୀତ ଡାକବାଜି ଯନ୍ତ୍ର ଦ୍ୱାରା ପରିବେଷଣ କରାଯିବ ।  ସକାଳ ୮ଘଟିକା ସମୟରୁ ଗାନ୍ଧି ପାର୍କ ସ୍ଥିତ ମହାତ୍ମା ଗାନ୍ଧୀ, ସିଭିଲ କୋର୍ଟ ଛକସ୍ଥିତ ମଧୁବାବୁ, ଡାକ ବଙ୍ଗଳା ସମ୍ମୁଖସ୍ଥ ଲାଲ ବାହାଦୂର ଶାସ୍ତ୍ରୀ, ଶ୍ରୀବଳରାମ ମନ୍ଦିର ନିକଟସ୍ଥ ସାରଙ୍ଗଧର ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରଥଗଡ଼ା ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ବିଜୁ ପଟ୍ଟନାୟକ, ଟାଉନହଲ ସ୍ଥିତ ଗୋପବନ୍ଧୁ ଦାସ, ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖସ୍ଥ ଡକ୍ଟର ଆମ୍ବେଦକର, ଷ୍ଟାଡିୟମ ପାର୍ଶ୍ୱସ୍ଥ ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଲୋକ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ସୂଚନା ରହିଛି  । ସହର ସ୍ଥିତ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୌରପାଳିକା ପକ୍ଷରୁ  ମାଲ୍ୟାର୍ପଣ କରାଯିବ । ସନ୍ଧ୍ୟା ୬ ଘଟିକା ୩୦ ରେ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିବେ । ଏହାପରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ  ନୀଳମଣି ଦିଲ୍ଲିପ ଚାନ୍ଦ ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଗଣ ଉପସ୍ଥିତ ରହି ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିଷେକ ବେହେରା କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ସୂଚନା ପ୍ରଦାନ  କରିଥିଲେ ।