ଓଡ଼ିଶା ସାମ୍ବାଦିକ ସଂଗଠନର ଆଲୋଚନାଚକ୍ର 

ଯାଜପୁର: ରସୁଲପୁର ବ୍ଳକ ଓଡିଶୋ ଫଚାୟତ ଅଣ୍ଡେଇ ଗୋଡା ଠାରେ ଓଡିଶା ସାମ୍ବାଦିକ ସଂଗଠନର ‘ସମନ୍ୱୟର ପ୍ରତିବିମ୍ବ ସାମ୍ବାଦିକତା, ସେବା ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁକ୍ତ ମତ ପ୍ରକାଶ ତଥା କଥା କହିବାର ଅଧିକାର ସଂକୁଚିତ ହୋଇ ପଡିବା ଭଳି ଅଣ ନିଶ୍ୱାସ ପରିସ୍ଥିତି ସୃଷ୍ଟି ହେଉଛି । ନୀରବତା ହିଁ ନିରାପତା ନୀତି ଏକ ସୁସ୍ଥ, ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପରମ୍ପରା ପାଇଁ ବିପଦ ଜନକ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସତୀଶ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଅନ୍ୟାୟ, ଭ୍ରଷ୍ଟାଚର, ଦୁର୍ନିତି ଓ ଶୋଷଣ ବିରୋଧରେ ସାଲିସ ବିହୀନ ଲଢେଇ ସାମ୍ବାଦିକତା, ସେବା ଓ ସାହିତ୍ୟର ସର୍ବଶ୍ରେଷ୍ଠ ଲକ୍ଷ । ତେଣୁ ଏହି ତିନୋଟି ଦିଗର ଲକ୍ଷ ଗୋଟିଏ ଥିବାରୁ ଏହାର ସମନ୍ୱୟ ହିଁ ଉଭୟ ବ୍ୟକ୍ତି ସମାଜ ପାଇଁ ମଙ୍ଗଳମୟ ଏବଂ ଅତ୍ୟାବଶୀକ । ଯେତେ ବାଧା ପ୍ରତିବନ୍ଧକ ଆସିଲେ ବି ଗଣମାଧ୍ୟମ ତାର ଦାୟୀତ୍ୱରୁ ହଟିବା କଥା ନୁହେଁ । ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ମୁଖ୍ୟମକ୍ତା ଭାବେ ଯୋଗଦେଇ ଉକôଳମଣୀ ଗୋପବନ୍ଧୁଙ୍କ ସାମ୍ବାଦିକତା, ସାହିତ୍ୟ ଓ ସେବା ଜୀବନ ସଂପର୍କରେ ଆଲୋକପାତ କରିଥିଲେ । 
ବିଶିଷ୍ଟ ସାହିତି୍ୟକ ତଥା ଲେଖକ ଡ.ରୁଦ୍ର ନାରାୟଣ ପୃଷ୍ଟି ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ, ସମାଜରେ ବିଭିନ୍ନ ପ୍ରକାର ଶୋଷଣ ବିରୋଧରେ ଅନେକ ଲେଖକଙ୍କ କାଳଜୟୀ ସାହିତ୍ୟ ସମୃଦ୍ଧ ଏବଂ ସୃଜନଶୀଳ ସାମ୍ବାଦିକତାର ପ୍ରତିଛବି ହୋଇଛି । ଏଥରେ ବିଜେପିର ରାଜ୍ୟ ପ୍ରବକ୍ତା ପବିତ୍ର ମୋହନ ଦାସ, କୋରେଇ ବିଧାୟକଙ୍କ ପ୍ରତିନିଧ ପ୍ରହ୍ଲାଦ ପଣ୍ଡା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରା ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଅତିଥ ଭାବେଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଳେ କୋଷାଧ୍ୟକ୍ଷ ସଫିକୁଲୁନା ଖାଁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ, ସାମ୍ବାଦିକ ସୀତାକାନ୍ତ ସାମଲଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।