ଜିଲା ଯୁବ ମହୋତ୍ସବର ୩ୟ ସନ୍ଧ୍ୟା
ବ୍ୟାସନଗର : ରବିବାର ସ୍ଥାନୀୟ ଏନ୍ସି ହାଇସ୍କୁଲ ପଡ଼ିଆରେ ଦୁର୍ଯେ୍ୟାଧନ ରାଉତ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଅନୁଷ୍ଠିତ ଯାଜପୁର ଜିଲା ଯୁବମହୋତ୍ସବର ୩ୟ ସନ୍ଧ୍ୟା ଡ଼ଃ ଅକ୍ଷୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ରାଜ୍ୟ ମହିଳା କଂଗ୍ରେସର ପ୍ରାକ୍ତନ ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ଅନନ୍ୟା ସାହିତ୍ୟ ସଂସଦର ସମ୍ପାଦକ ସନ୍ତାନ ନନ୍ଦ ପ୍ରମୂଖ ଯୋଗ ଦେଇଥିଲେ । ଫାଉଣ୍ଡେସନର କର୍ମକର୍ତ୍ତା ମୋହନ ଚରଣ ମଲ୍ଲିକ, ସୁଧାନିଧି ମହାପାତ୍ର, ଅଯୋଧ୍ୟା ଜେନା, ନିରଞ୍ଜନ ଘଡାଇ ପ୍ରମୁଖ ଯୋଗଦେଇ ମହୋତ୍ସବର କାର୍ଯ୍ୟଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଦିଲ୍ଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣରେ ବ୍ଲକ୍ ଓ ପୈାରସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଥିଲା । ଏହାକୁ ସମାଜସେବୀ ନରେଶ ମସକରା ଉଦ୍ଘାଟନ କରିଥିଲେ । ଦାନଗଦୀ ବ୍ଲକ୍ ଫୁଟବଲ କ୍ଲବ୍ ବରୀ ବ୍ଲକକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ସୁକିନ୍ଦାର ଶିବ ସୁନ୍ଦର ଫୁଟବଲ କ୍ଲବ୍ ରସୁଲପୁର ବ୍ଲକର ମହାଲକ୍ଷ୍ମୀ ଫୁଟବଲ କ୍ଲବକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ସଂଧ୍ୟାରେ ରସୁଲପୁର ବ୍ଲକର ପିତାମ୍ବର ତରାଇ ଓ ସାଥିମାନଙ୍କ ଘୋଡ଼ା ନାଚ, ପ୍ରଶାନ୍ତ ମହାକୁଡ଼ ଓ ସାଥୀମାନଙ୍କ ଘୁମୁରା ନାଚ, ରଞ୍ଜନ କୁମାର ଦାସ ଓ ସାଥିମାନଙ୍କ ଲଉଡ଼ି ଖେଳ ଏବଂ ସୁକିନ୍ଦା ବ୍ଲକର କଳାବିକାଶ କେନ୍ଦ୍ରର ମୁଖ୍ୟ ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳୀ ଦାସଙ୍କ ଓଡିଶୀ, ଗ୍ରୁପ୍ ଡ୍ୟାନ୍ସ, ଜୟଶ୍ରୀ ମହାନ୍ତଙ୍କ ସମ୍ବଲପୁରୀ, ଗ୍ରୁପ୍ ଡ୍ୟାନ୍ସର ବାରମାସୀ ତେରପର୍ବ ଓ ମୋ’ଓଡିଶା ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ଦେଓ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଶ୍ୱିନୀ ଦାସ, ବିଭୁତି ଭୁଷଣ ପାଳ, ହେମନ୍ତ ଧୀର, ପ୍ରଶାନ୍ତ ରଥ, ଜ୍ଞାନରଞ୍ଜନ ରାଉତ, ବ୍ରଜେଶ୍ୱରୀ ସିଂ, ସରୋଜ ଦେ, ମଧୁସୂଦନ ମହାପାତ୍ର, ବିକାଶ ଦାସ, ଶ୍ୟାମଳେନ୍ଦୁ ପାତ୍ର, ଦାମୋଦର ପଣ୍ଡା, କୈଳାସ ରାଉତ, ପଦ୍ମନାଭ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।