କଂଗ୍ରେସ ପକ୍ଷରୁ ରଘୁନାଥପୁର ଥାନା ଘେରାଉ
ଜଗତସିଂହପୁର: ରଘୁନାଥପୁର ଥାନା ଅଧୀନସ୍ଥ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ସେହି କଲେଜର ଅଧ୍ୟାପକ ଦେଇଥିବା ଯୌନ ନିର୍ଯାତନା ମାମଲାକୁ ନେଇ ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପିସିସି ସଭ୍ୟ ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ମଦନମୋହନ ମଠ ଠାରୁ ୫ଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମହିଳା ମାନଙ୍କୁ ସର୍ବାଗ୍ରେରଖି ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ରଘୁନାଥପୁର ଥାନା ପର୍ଯ୍ୟନ୍ତ ରାଲିରେ ଆସି ଘେରାଉ କରିଥିଲେ । ଗତ ୨୧ ତାରିଖରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଜଗତସିଂହପୁର ଥାନାରେ ଏକ ଏତଲା ଦେଇଥିଲେ ପରେ ଏହାକୁ ରଘୁନାଥପୁର ଥାନାକୁ ପଠାଯାଇଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସ ଧାରା ଅନୁସାରେ ମାମଲା ରୁଜୁ ହୋଇଛି ଯାହା ଦୀର୍ଘ ୧୨ ଦିନରୁ ଉର୍ଦ୍ଧ୍ୱ ହୋଇଗଲାଣି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏ ପର୍ଯ୍ୟନ୍ତ ମୁଖ୍୍ୟ ଅଭିଯୁକ୍ତ ଓ ଅଧ୍ୟକ୍ଷ ଗିରଫ ହୋଇପାରିଲେ ନାହିଁ । ଏହା ସମ୍ପୂର୍ଣ୍ଣ ରଘୁନାଥପୁର ପୁଲିସ ପ୍ରଶାସନର ଅପାରଗତା ଦର୍ଶାଇ ଥାନା ସମ୍ମୁଖରେ କଂଗ୍ରେସ ନେତୃବୃନ୍ଦ ମାନେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତକାଲି ଚିକିସôାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବଳଙ୍ଗା ପୀଡିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନିରବ ପ୍ରାର୍ଥନା କରିଥିଲେ ଏବଂ ମହିଳା କଂଗ୍ରେସର କାର୍ଯ୍ୟକର୍ତ୍ତା ମାନେ “ ରଘୁପତି ରାଘବ ରାଜା ରାମ “ ସଙ୍ଗୀତ ଗାନ କରି ଅହିଂସାତ୍ମକ ଉପାୟରେ ଧାରଣ ଆରମ୍ଭ କରିଥିଲେ । ରାଜ୍ୟ ହେଉ କିମ୍ବା ଜିଲ୍ଲା ରେ ମହିଳା ନିର୍ଯ୍ୟାତନାକୁ ନେଇ ନେତୃବୃନ୍ଦ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ, ଏସଡିପିଓ ଚିନ୍ମୟ ରାଉତ ଓ ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ ସେଠୀ ଧାରଣରତ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ଏବଂ ଦୁଇ ତିନି ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରତିଶୃତି ଦେବାପରେ ଥାନା ଘେରାଉ ସ୍ଥଗିତ ରଖାଯାଇଥିଲା । ଏଥିରେ ପିସିସି ଉପ ସଭାପତି ଡ. ଲଲାଟେନ୍ଦୁ ମହାପାତ୍ର , ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକ, ଯୁବ ନେତା ଅଭିଜିତ ସାହୁ, ନାରୀ ନେତ୍ରୀ ପ୍ରତିମା ମଲ୍ଲିକ , ଦିପ୍ତିମୟୀ ପ୍ରଧାନ , ଅନୁଷୁୟା ପ୍ରଧାନ , ପ୍ରିୟବ୍ରତ ମିଶ୍ର , ଆର୍ତ୍ତ୍ରତ୍ରାଣ ପଣ୍ଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।