କଣ୍ଟିଆ ନାଳ ସେତୁ ପରିଦର୍ଶନ କଲେ ବିଧାୟକ
କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତରେ ନିର୍ମାଣ କାର୍ଯ୍ୟ ଚାଲୁଥିବା କଣ୍ଟିଆ ନାଳ ସେତୁ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିବା ଜଣାପଡିଛି । ଶ୍ରୀ ବେହେରା ରବିବାର ପୂର୍ବାହ୍ନରେ ସେତୁ ସ୍ଥାନକୁ ଯାଇ ସେଠାରେ ଯନ୍ତ୍ରୀ, ସୁପର ଭାଇଜର ଓ ଠିକାଦାରଙ୍କ ସହିତ ଆଲୋଚନା କରିକାର୍ଯ୍ୟ ବୁଲି ଦେଖିଥିଲେ । ମନ୍ଥର ଗତିରେ କାର୍ଯ୍ୟ ଚାଲି ଥିବାରୁ ସେ ଜେଇ ଏବଂ ଠିକାଦାରଙ୍କୁ ତାଗିଦ କରିଥିଲେ । କାମର ମାନ ଦେଖିବା ସହିତ ସମୟ ସୀମା ଭିତରେ କାର୍ଯ୍ୟ ସାରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା କାର୍ଯ୍ୟ ସାରିବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ତାଙ୍କର ଏହି ତଦାରଖ ସମୟରେ ସ୍ଥାନୀୟ ଅଂଚଳର ନେତାଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ ।