କଣ୍ଟେନରକୁ ପିଟିଲା ଆମ୍ବୁଲାନ୍ସ

 ଧର୍ମଶାଳା : ଶୁକ୍ରବାର ରାତିରେ୧୬ନଂ ଜତୀୟ ରାଜପଥ ଧର୍ମଶାଳା ଥାନା ରଥିଆ ନିକଟରେ ଏକ ୧୦୮ଆମ୍ବୁଲାନ୍ସ କଣ୍ଟେନରକୁ ପିଟିଥିଲା । ଘଟଣାସ୍ତଳରେ ଦୁର୍ଘଟଣାଗସ୍ତ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମଙ୍ଗଳପୁର ଥାନା ବଉଳାଙ୍ଗ ମଧୁପୁର ଅଞ୍ଚଳର ଅଚୁ୍ୟତାନନ୍ଦ ବାରିକଙ୍କ ମୃତୁ୍ୟ ଘଟିଥିବା ବେଳେ ଡ଼୍ରାଇଭର ଏବଂ ଫାରମାସିଷ୍ଟ ଆହତ ହୋଇଥିଲେ । ଖବର ମତେ ଗତକାଲି ସନ୍ଧ୍ୟାରେ ଓଡି୦୨ବିଜେ-୧୪୬୩ ନଂ ବିଶିଷ୍ଟ ୧୦୮ଆମ୍ବୁଲାନ୍ସ ରୋଗୀ ନେଇ କଟକ ବଡ଼ ଡ଼ାକ୍ତରଖାନାରେ ଛାଡି ଫେରୁଥିବା ବେଳେ ରଥିଆ ନିକଟରେ ଏକ କଣ୍ଟେନରକୁ ପଛରୁ ପିଟିଥିଲା । ଫଳରେ ସମ୍ମୁଖ ଭାଗରେ ବସିଥିବା ଅଚୁ୍ୟତାନନ୍ଦ ମୃତୁ୍ୟ ଘଟିଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଏବଂ ଫାରମାସିଷ୍ଟ ଆଶିଷ କୁମାର ପାତ୍ର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ଡାକ୍ତର ଅଚୁ୍ୟତାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଡ଼୍ରାଇଭରକୁ ପ୍ରାଥମିକ ଚିକିସôା ପରେ ଛାଡ଼ିଦିଆଯାଇଥିବା ବେଳେ ଫାରମାସିଷ୍ଟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଜବତ କରିଛି । ଦୁର୍ଘଟଣା ପରେ କଣ୍ଟେନରଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଏସମ୍ପର୍କରେ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଚୁ୍ୟତଙ୍କ ଶବ ବ୍ୟବଚ୍ଛେଦ ପରେ ଗାଁରେ ପହଁଚିଥିଲା ଏବଂ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶେଷକୃତ ସମୟରେ ଯାଜପୁର ଜିଲା୧୦୮ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ତ୍ରିପାଠୀ, ସମ୍ପାଦକ କାହ୍ନୁଚରଣ ପଣ୍ଡା, ସଦସ୍ୟ ଜ୍ଞାନରଞ୍ଜନ ମଲ୍ଲିକ, ସାରଦା ମହାରଣା, ଅମିୟ ଜେନା, ପ୍ରଶାନ୍ତ ସାମଲ, ଶୁଭ୍ରାଂଶୁ ମଲ୍ଲିକ, ପ୍ରଦୀପ ମଲ୍ଲିକ, ବଳରାମ ବେହେରା, ଭବାନନ୍ଦ ମିଶ୍ର, କାହ୍ନୁଚରଣ ପଣ୍ଡା, ଶିବ ପ୍ରସାଦ ଦାସ, ସୌଭାଗ୍ୟ ଦାସ, ଉତ୍ସବ ପାତ୍ର, ସ୍ମୃତି ସୌରଭ ଓ କ୍ଲଷ୍ଟର ଲିଡର ସୌମ୍ୟରଞ୍ଜନ ଦାସ ଉପସ୍ଥିତ ଥିଲେ ।