କଲେଜ ସମସ୍ୟା ନେଇ ଅବଗତ ହେଲେ ସାଂସଦ 

 ଆନନ୍ଦପୁର : ଆନନ୍ଦପୁର କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଲେ ସାଂସଦ ଅନନ୍ତ ନାଏକ । କଲେଜ ଅଧ୍ୟକ୍ଷ ଡ. ନାରାୟଣ ମିଶ୍ର ଏବଂ ସାଂସଦ ପ୍ରତିନିଧି ନିରାକାର ସାହୁ ସାଂସଦଙ୍କ ସହିତ ଆଲୋଚନା କରିଛନ୍ତି । ସାଂସଦ ଶ୍ରୀ ନାଏକ ହାଟଡିହି ଯାଉଥିବା ସମୟରେ ଆନନ୍ଦପୁର କଲେଜ ସମ୍ମୁଖରେ ସାଂସଦ ପ୍ରତିନିଧି ନିରାକାର ସାହୁ, କଲେଜ ଅଧ୍ୟକ୍ଷ ଡ. ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସାଂସଦ କଲେଜକୁ ଯାଇ କଲେଜ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ୍ୟ ଏବଂ ସାଂସଦ ପ୍ରତିନିଧିଙ୍କ ଠାରୁ ଅବଗତ ହୋଇଥିବା ବେଳେ ଆସନ୍ତା ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅତିଥି ଭାବେ ଯୋଗ ଦେବାପାଇଁ ମହାବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଆଲୋଚନା ସମୟରେ ବିଜେପି ନେତା ଆଲୋକ ସେଠୀଙ୍କ ସମେତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।