କାଳବୈଶାଖୀ ତାଣ୍ଡବ : ବଜ୍ରପାତରେ ୫ ଗୋରୁ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲିରେ କାଳ ବୈଶାଖୀର ବ୍ୟାପକ କ୍ଷୟ କ୍ଷତି ଘଟିବା ସହ ବଜ୍ରପାତରେ ୫ ଗାଈ ବଳଦଙ୍କ ମୃତୁ୍ୟ ଘଟିଛି । ଏକ ଘଣ୍ଟା ପର୍ଯ୍ୟନ୍ତ ପବନ, ବର୍ଷା କୁଆ ପଥର ସହିତ ଘଡଘଡି ଲାଗି ରହିଥିଲା । ବଜ୍ରପାତରେ ଗାଇ ସହିତ ୪ ବଳଦ ମୃତ ଘଟିଛିି ଟିକାବାଲି ଥାନା ନିକଟସୁ ଚକାପାଦ ବ୍ଲକ୍ ବପଲମେଣ୍ଡୀ ବାହାଡା ସାହି ପଞ୍ଚାୟତ ଅନ୍ତର୍ଗତ ଗୁମାଗଡ଼ ଗ୍ରାମରେ । ବଜ୍ରପାତରେ ଗୁମାଗଡ଼ ଗ୍ରାମର ପ୍ରଶାନ୍ତ କହଁରଙ୍କ ଦୁଇଟି ବଳଦ, ରଙ୍ଗନାଥ କହଁରଙ୍କ ଗୋଟିଏ ଗାଈ ଓ ଗୋଟେ ବଳଦ, ଅସ୍ତିନ କହଁରଙ୍କ ଗୋଟିଏ ବଳଦଙ୍କ ରାସ୍ତାକଡ ଆମ୍ବଗଛ ମୂଳରେ ମୃତୁ୍ୟବରଣ କରିଥିବା ଦେଖୁବାକୁ ମିଳିଛି । କାଳ ବୈଶାଖୀରେ ପବନର ବେଗ ଏତେ ପ୍ରଚଣ୍ଡ ଥୂଲାଯେ ଟିକାବାଲି, ତେଙ୍ଗେଡାପଥର, ବ୍ରେକା ପ୍ରଭୃତି ବିଭିନ୍ନ ସ୍ଥାନରେ ଘରର ଛପର ଉଡିବା ସହିତ ରାସ୍ତାରେ ଆମ୍ବଗଛ, ଚାକୁଣ୍ଡ, ବରଗଛ, ପଣସ ଗଛ ସହ ବିଦୁ୍ୟତ ଖୁଣ୍ଡ ଉପୁଡ଼ି ପଡ଼ିଛି ଓ ରାସ୍ତା ମଝିରେ ଏସବୁ ପଡିଥିବାରୁ ଯାନ ବାହାନ ଯାତାୟତ ଏବଂ ବିଦୁ୍ୟତ ବାଧାପ୍ରାପ୍ତ ହେଉଥିଲା । ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଏବଂ ବିଦୁ୍ୟତ କର୍ମଚାରୀ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଘଟଣାସୁଳରେ ଆର୍ଆଇ ଅନିତା କୁମାରୀ ପ୍ରଧାନ ଏବଂ ଏଲ୍ଆଇ ଶୁଭଶ୍ରୀ ପ୍ରଧାନ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।