କିକ୍ ବକ୍ସିଂରେ ବରୁଣେଶ୍ୱର ମହାବିଦ୍ୟାଳୟର ସଫଳତା
ସିଂହପୁର: ରାଜ୍ୟସ୍ତରୀୟ ସ୍ପୋର୍ଟସ କିକ୍ ବକ୍ସିଂ ଆସୋସିଏସନ୍ ଷଷ୍ଠ ୱାକୋ ଓଡ଼ିଶା ରାଜ୍ୟ କିକ୍ ବକ୍ସିଂ ଚାମ୍ପିଅନସିପରେ ବରୁଣେଶ୍ୱର ମହାବିଦ୍ୟାଳୟର +୨ ଛାତ୍ରୀ ଅର୍ଚ୍ଚିତା ସାହୁ ଏବଂ ବନ୍ଦନା ପ୍ରିୟଦର୍ଶିନୀ ବାରିକ ଅଂଶ ଗ୍ରହଣ କରି ହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବନ୍ଦନା ପ୍ରିୟଦର୍ଶିନୀ ବାରିକ୍ ରଜୀୟ ସ୍ତରରେ ୩ଟି ସ୍ୱର୍ଣ୍ଣପଦକ ଏବଂ ଅର୍ଚ୍ଚିତା ସାହୁ ଗୋଟିଏ ସ୍ୱର୍ଣ୍ଣ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ଅନୁଗୁଳର ଟିଟିଇଣ୍ଡୋର୍ ହଲ୍ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାୟପୁର ଛତିଶଗଡ଼ ଜାତୀୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବନ୍ଦନା ପ୍ରିୟଦର୍ଶିନୀ ବାରିକ୍ ବ୍ରୋଂଚ ପଦକ ଜିତିଥିଲେ । ପ୍ରଶିକ୍ଷକ ରୀତେନ୍ଦ୍ର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଅଧ୍ୟକ୍ଷା ବିନ୍ଦୁ ରେଖା ନାୟକଙ୍କ ପ୍ରୋତ୍ସାହନ ଅଭିନନ୍ଦନୀୟ ବୋଲି ସଫଳତା ଲାଭ କରିଥିବା ଦୁଇ ପ୍ରତିଯୋଗୀ ପ୍ରକାଶ କରିଥିଲେ । ମହାବିଦ୍ୟାଳୟ ପରିସରରେ ଦୁଇ ପ୍ରତିଯୋଗୀଙ୍କୁ ପୂର୍ବତନ ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ସମାଜସେବୀ ରବୀନ୍ଦ୍ର ପରିଡ଼ା, ଅଧ୍ୟାପକ ବିନୟ କୃଷ୍ଣ ଦାଶ, ସୁବ୍ରତ ଦାସଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସଫଳ ପ୍ରତିଯୋଗୀ ଦୁହିଁଙ୍କୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।