କୁକୁର କାମୁଡାରେ ୭ ଆହତ
ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ବଦଦାଣ୍ଡ ଓ ଗଳିଦାଣ୍ଡରେ ପାଗଳା କୁକୁର କାମୁଡାରେ ସାତ ଜଣରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ରାଜନଗର ଗ୍ରାମର ରିଜୁମଲତା ପତି(୪୫), ସଜନୀ ଦାସ(୬୫), ତୂଳସୀ ସାହୁ(୪୭), ସୁପ୍ରଭା ସାହୁ(୬୦), ସାଇନ ମହାରଣା(୧୦), ପାର୍ବତୀ ସାହୁ(୭୦), ପୀୟୁସ ପ୍ରିୟଦର୍ଶନୀ ସେଠୀ(୩୦) ଙ୍କୁ ପାଗଳା କୁକୁର କାମୁଡି ଦେଇଥିଲା । ଏହି ସାତଜଣ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହୋଇଥିବା ଜଣାପଡିଛି । ଏମାନଙ୍କ ବ୍ୟତୀତ ଆଉ କିଛି ଆହତ ହୋଇ କେନ୍ଦ୍ରାପଡାରେ ଚିକିସôିତ ହେଉଥିବା ଜଣାପଡିଛି । କୁକୁରଟି ମୃତୁ୍ୟବରଣ କରିଛି ।