କୁଲଣା ସାଧନକେନ୍ଦ୍ରସ୍ତରୀୟ ବୈଠକ
ଭଣ୍ଡାରୀପୋଖରୀ: ଏହି ବ୍ଲକର କୁଲଣା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ୯ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ନିଦେ୍ର୍ଦଶକ୍ରମେ କୁଲଣା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିପିନ୍ ବିହାରୀ ଜେନାଙ୍କ ତତ୍ତ୍ୱାବଧାରେ ବୈଠକ ଆମ୍ବଗାଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀକାନ୍ତ ପ୍ରଧାନ ସଭାପତିତ୍ୱ କରିଥିଲେ । ସଂଯୋଜକ ଶ୍ରୀ ଜେନା ମାସିକ ପୂର୍ବ ବୈଠକ ବିଷୟରେ ଆଲୋଚନା ଫେବୃୟାରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର ନମୁନା ପାଠ୍ୟ ଯୋଜନା, ଶିକ୍ଷଣ କାର୍ଯ୍ୟ ଶ୍ରେଣୀ ପରିଚାଳନା ସମୟର ସୁବିଧା ଓ ଅସୁବିଧା, ମାନନିଦ୍ଧାରଣ ଟ୍ରାକର ରେଜିଷ୍ଟର, ତ୍ରି-ମାତ୍ରିକ ଆକୃତି ଆଧାରିତ ଶିକ୍ଷଣ କାର୍ଯ୍ୟ ଆଲୋଚନା କରିଥିଲେ । ଏଥିରେ ୧୦ ଗୋଟି ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଭାଷାରେ ଛବି ରାଣୀ ମାଝୀ ଓ ଗଣିତରେ ପ୍ରକାଶ ଦାସ ପାଠ୍ୟ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ ।